କରୋନା ପାଇଁ ଇରାନରୁ ଫେରିଲେ ୨୩୪ ଭାରତୀୟ, ୧୪ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀରିକ୍ଷଣରେ ରହିବେ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶ ଏବେ ବିପଦରେ । ବାହାର ଦେଶରେ ଥିବା ଲୋକେ ନିଜ ଦେଶକୁ ଫେରୁଛନ୍ତି । ଆଜି ଇରାନରୁ ଫେରିଲେ ୨୩୪ ଭାରତୀୟ ।  ଭୋର ପ୍ରାୟ ୪ଟା ସମୟରେ ଦିଲ୍ଲୀରେ ପହଞ୍ଚିଥିଲା ଏୟାର ଇଣ୍ଡିଆର ବିମାନ ।

ଏଥିରେ ୧୩୧ ଛାତ୍ର ଓ ୧୦୩ ଜଣ ତୀର୍ଥଯାତ୍ରୀ ରହିଛନ୍ତି । ତେବେ ଏମାନଙ୍କୁ ବର୍ତ୍ତମାନ ୧୪ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯିବ । ସହଯୋଗ ପାଇଁ ଇରାନକୁ ଧନ୍ୟବାଦ ଜଣାଇଛନ୍ତି ବିଦେଶ ମନ୍ତ୍ରୀ ଜୟଶଙ୍କର । ସେପଟେ ଭାରତ ବର୍ତ୍ତମାନ ସୁଦ୍ଧା ମାଳଦ୍ୱୀପ, ଆମେରିକା, ଇରାନ, ଚୀନ୍‌ ଓ ଅନ୍ୟ ଦେଶରୁ ଲୋକଙ୍କୁ ଭାରତ ଅଣାଯାଇଛି ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

Leave a Reply