spot_img

Latest Posts

ଦୀର୍ଘ ୬ ମାସ ପରେ ଆସିଲା ଭଲ ଖବର, ଦିନକରେ କରୋନା ମୃତ୍ୟୁ ସଂଖ୍ୟା ଶୂନ

ଭୁବନେଶ୍ୱର: ଦୀର୍ଘ ୬ ମାସ ପରେ ରାଜ୍ୟରେ କରୋନାକୁ ନେଇ ଭଲ ଖବର ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା କାରଣରୁ କାହାରି ମୃତ୍ୟୁ ହୋଇନାହିଁ। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ଏଥିପାଇଁ କରୋନା ଯୋଦ୍ଧାମାନଙ୍କୁ ପୁରା ସମ୍ମାନ ଜଣାଇଛି। ସେପଟେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୧୩୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୮ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ। ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି  ୩ଲକ୍ଷ ୩୦ ହଜାର ୯୨୧ । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୨୬ ହଜାର ୭୭୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ରାଜ୍ୟରେ ୨ ହଜାର ୨୦୩ ଜଣ କରୋନା ସଂକ୍ରମିତ ସକ୍ରିୟ ରହିଛନ୍ତି ।

ଅନୁଗୁଳରୁ ୨୧,  ବାଲେଶ୍ୱରରୁ ୮, ବରଗଡ଼ରୁ ୨୫, ଭଦ୍ରକରୁ ୫, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧, କଟକରୁ ୧୧, ଦେବଗଡ଼ରୁ ୨, ଢ଼େଙ୍କାନାଳରୁ ୨, ଗଜପତିରୁ ୩, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୯, ଖୋର୍ଦ୍ଧାରୁ ୧୧, କୋରାପୁଟରୁ ୩, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨, ନୂଆପଡ଼ାରୁ ୧, ପୁରୀରୁ ୧୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Latest Posts

Don't Miss