କରଞ୍ଜିଆରେ ହାତୀକୁ ଯୁବକଙ୍କ ନିଆଁ ମାଡ଼, ତନାଘନା କରୁଛି ବନ ବିଭାଗ

କରଞ୍ଜିଆ: ହାତୀକୁ ନିଆଁ ହୁଳା ମାଡ଼ ଭିଡିଓ ଭାଇରାଲ। ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଭିଡିଓ। ଭିଡିଓରେ ସ୍ପଷ୍ଟଦେଖା ଯାଉଛି ଜଣେ ଯୁବକ ହାତୀ ଉପରେ ନିଆଁ ହୁଳା ପକାଉଛନ୍ତି ଆଉ ହାତୀଟି ପ୍ରାଣ ବିକଳରେ ଦୌଡୁଛି । ତେବେ ଏ ଭିଡିଓ କେବେକାର, କୋଉଁଠିକାର ସଠିକ୍ ଭାବରେ ଜଣା ପଡ଼ିନାହିଁ । ୨୩ ଟିକିଆ ହାତୀପଲ ବର୍ତ୍ତମାନ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥିବାରୁ ଭିଡିଓଟି ଅନେକ ଗୁରୁତ୍ଵ ବହନ କରୁଛି। ଭିଡିଓଟି କରଞ୍ଜିଆର ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ କରଞ୍ଜିଆ ଡିଏଫଓଙ୍କ ସହ ଯୋଗାଯୋଗ କରିଥିଲୁ । ଘଟଣାର ତଦନ୍ତ ଚାଲିଛି । ଯଦି କରଞ୍ଜିଆ ଅଞ୍ଚଳର ଭିଡିଓ ହୋଇଥାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ କହିଛନ୍ତି ।