ମାଆର ମମତା କରୋନାକୁ ପଡିଲା ମହଙ୍ଗା: ୨୩ ଦିନର ଶିଶୁ ବିନା ଔଷଧରେ ଜିତିଲା କରୋନା ଲଢେଇ

1 min read

ଆଗ୍ରା: ଗତକାଲି ମାତୃଦିବସ ପାଳନ କରାଯାଇଥିଲା । ଏହି ଖାସ ଅବସରରେ ପ୍ରତ୍ୟେକ ମାଆଙ୍କୁ ପ୍ରଣାମ ଜଣାଯାଏ । କାରଣ ସେ ସର୍ବ ଗୁଣ ସମ୍ପନ୍ନ । ଜନ୍ମ ହେବା ପରଠୁ ଆରମ୍ଭ କରି ବଢିବା ଯାଏଁ ନିଜ ଛୁଆର ଯତ୍ନ ନିଏ ଯିଏ ସେ ହେଉଛି ମାଆ । ମାଆ ହେଉଛି ସିଏ ଯାହାକୁ ସବୁ ଉପଚାର ଜଣା । ସମସ୍ତଙ୍କର ପ୍ରଥମ ଗୁରୁ ମାଆ ହିଁ ଥାଆନ୍ତି । ତେବେ ମାଆର ମମତା ଡୋରି ଯେ, ନିଜ ପିଲା ଛୁଆଙ୍କୁ ସୁସ୍ଥ କରିଥାଏ ଏହାର ଏକ ପ୍ରକୃତ ଉଦହାରଣ ଦେଖିବାକୁ ମିଳିଛି ।

ଏକ ୨୩ ଦିନର ଶିଶୁ ବିନା ଔଷଧରେ କରୋନା ସଂକ୍ରମିତ ହେବା ପରେ ସୁସ୍ଥ ହୋଇଛି । ଡାକ୍ତରମାନେ ଏହାକୁ ମାଆର କ୍ଷୀର ଏବଂ ମମତାର ଚମତ୍କାର ବୋଲି କହୁଛନ୍ତି । ଏହି ୨୩ ଦିନର ଶିଶୁ କରୋନା ଭଳି ମାରାତ୍ମକ ରୋଗ ସହିତ ଯୁଦ୍ଧ କରି ଜିତିଛି । ମାତ୍ର ୧୫ ଦିନ ମଧ୍ୟରେ ଏହି ଶିଶୁ କରୋନା ମୁକ୍ତ ହୋଇପାରିଛି । ସଂକ୍ରମଣରୁ ମୁକ୍ତ ହେବା ପରେ ଶିଶୁଟି ଡାକ୍ତରଖାନାରୁ ନିରାପଦରେ ଘରେ ପହଞ୍ଚିଛି । ଡାକ୍ତରମାନଙ୍କ ପାଇଁ ଏହି ଶିଶୁ ବେଶ କାସ ଥିଲା । ଜନ୍ମ ହେବାର କିଛି ଦିନ ପରେ କରୋନା ରୋଗରେ ସଂକ୍ରମିତ ହୋଇଥିବାରୁ ଶିଶୁ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା ।

ଶିଶୁର ରକ୍ଷଣାବେକ୍ଷଣା ପାଇଁ ତାଙ୍କ ମାଆ ଜୈନବ ବେଗମ୍ ଙ୍କୁ ପାଖରେ ରଖାଯାଇଥିଲା । ମାଆ ପିପିଇ କିଟ୍ ପିନ୍ଧି ନିଜ ଛୁଆ ପାଖରେ ରହୁଥିଲେ । କାରଣ ସେ କରୋନା ନେଗେଟିଭ ଥିଲେ । ଶିଶୁର କୌଣସି ଲକ୍ଷଣ ନଥାଇ ମଧ୍ୟ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହି ଶିଶୁର ସ୍ୱାସ୍ଥ୍ୟ ଠିକ୍ ହେବା ଅପେକ୍ଷାରେ ସମସ୍ତ ଡାକ୍ତର ଥିଲେ । ଲକ୍ଷଣ ଦେଖାନଯାଇଥିବାରୁ ଶିଶୁକୁ କୌଣସି ଔଷଧ ଦିଆଯାଇନଥିଲା । ଡାକ୍ତରମାନେ ମଧ୍ୟ ଖୁବ ଚିନ୍ତିତ ଥିଲେ ।

ଜୈନବ ବେଗମଙ୍କର ବିଶେଷ ଜତ୍ନ ନିଆଯାଉଥିଲା । ପ୍ରତି ଦିନ ସେ ଫଳ, ପନିପରିବା, ସାଲାଡ, କ୍ଷୀର ସମେତ ଅନ୍ୟାନ୍ୟ ପୋଷ୍ଟିକ ଖାଦ୍ୟ ଖାଇବାକୁ ଦିଆଯାଉଥିଲା । ଶିଶୁକୁ ଗୋଟେ ଦିନରେ ପାଞ୍ଚରୁ ସାତ ଥର ସ୍ତନ୍ୟପାନ କରାଯାଉଥିଲା । ଫଳରେ ୧୪ ଦିନ ମଧ୍ୟରେ ୨ଥର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲଆ । ଏତେ କମ ଦିନରେ ସ୍ୱାସ୍ଥ୍ୟଅବସ୍ଥାରେ ଏଭଳି ସୁଧାର ଦେଖି ଡାକ୍ତରମାନେ ଏହାକୁ ଚମତ୍କାର ବୋଲି କହିଛନ୍ତି ।

ଶିଶୁର ବାପା ମହମ୍ମଦ ଜୈନବ କହିଛନ୍ତି ଯେ, ତାଙ୍କ ପରିବାରରେ ଜଣେ କରୋନା ସଂକ୍ରମିତ ହୋଇଥିଲେ । ଏଥିପାଇଁ ସମସ୍ତେ ଯାଞ୍ଚ କରାଇଥିଲେ ଓ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ପରେ ସବୁକିଛି ଠିକ୍ ହୋଇଯାଇଥିଲା ।  ଏସଏନ ମେଡିକାଲ କଲେଜର କୋଭିଡ ହସ୍ପିଟାଲର ସହ-ଦାୟିତ୍ୱରେ ଥିବା ଡାକ୍ତର ଅଖିଲ ପ୍ରତାପ ସିଂ କହିଛନ୍ତି ଯେ ସଂକ୍ରମିତ ଶିଶୁକୁ କେବଳ ମାଆ କ୍ଷୀର ଦିଆଯାଉଥିଲା । ତାଙ୍କ ମାଆଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଥିଲା ଏବଂ ଶିଶୁକୁ ଅଧିକରୁ ଅଧିକ ସ୍ତନ୍ୟପାନ କରାଇବାକୁ କୁହାଯାଇଥିଲା। ଶିଶୁ ପାଇଁ ମାଆ କ୍ଷୀର ଏକ ଔଷଧ ପ୍ରମାଣିତ ହେଲା ।

 

Leave a Reply