ରାଜଧାନୀରେ ପୁଣି ୨୨ ନୂଆ ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରୁ ୨୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ହୋମ୍‌ କ୍ୱାରେଣ୍ଟାଇନରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ ସଂକ୍ରମିତ ୧୯ ଜଣ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ଆଜି ୧୫ଜଣ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି। ୧୯ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ଏକ ଘରୋଇ ଡାକ୍ତରଖାନା କର୍ମଚାରୀ ବୋଲି ସ୍ପଷ୍ଟ କରିଛି ବିଏମସି । ଏହି ୧୬ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ କର୍ମଚାରୀ ଥିବା ବେଳେ ୧୩ ଜଣ ମହିଳା ଅଛନ୍ତି । ସେହିଭଳି ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାରରୁ ୨ଟି ଲୋକାଲ କେସ ସାମ୍ନାକୁ ଆସିଛି ।

ହୋମ୍‌ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁର ମୈତ୍ରୀବିହାରର। ସେ କୋଲକାତାରୁ ଫେରିଥିଲେ। ଅନ୍ୟଜଣେ ଦିଲ୍ଲୀ ଫେରନ୍ତା ରେଲୱେ କର୍ମଚାରୀ ହୋମ୍‌ କ୍ୱାରେଣ୍ଟାଇନରେ ଥିଲେ। ତାଙ୍କଠାରେ କରୋନା ଚିହ୍ନଟ ହୋଇଛି। ସେହିପରି ତୃତୀୟ ଜଣକ ଭିଏସଏସ ନଗରର ବୋଲି ସୂଚନା ମିଳିଛି। ଅନ୍ୟ ୨ପଜିଟିଭ୍‌ କେସ୍‌ ନିଳାଦ୍ରୀ ବିହାର ଚନ୍ଦ୍ରଶେଖରପୁରର। ବାକି ଜଣେ ଶୈଳେଶ୍ରୀବିହାରର ବୋଲି ସୂଚନା ମିଲିଛି।

ଏହା ପୂର୍ବରୁ ଆଜି ରାଜ୍ୟରେ ୨୮୨ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ମାତ୍ର ୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହି ୨୮୨ ଟି ପଜିଟିଭ୍ କେସ ମଧ୍ୟରେ ୧୭ଟି ଜିଲ୍ଲା ସହ ଏନ୍‌ଡିଆରଏଫ୍‌ ମଧ୍ୟ ଯବାନ ରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ସର୍ବାଧିକ ଗଜପତି ଏବ ଗଞ୍ଜାମରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply