କାବୁଲ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳି ଚଳାଇଲେ ଆତଙ୍କବାଦୀ ! ୧୯ ମୃତ, ୩୩ ଗୁରୁତର

Kabul

କାବୁଲ: ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ପୁଣି ଏକ ବଡ଼ ଦୁର୍ଘଟଣା । ତିନି ଜଣ ଆତଙ୍କବାଦୀ ବନ୍ଧୁକ ଧରି ବିଶ୍ୱବିଦ୍ୟାଳୟ ନିକଟରେ ଆଖିବୁଜା ଗୁଳିଚାଳନା କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଳ୍ୟ ସୃଷ୍ଟି ହୋଇଛି । ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆତଙ୍କବାଦୀଙ୍କ ଗୁଳିରେ ପ୍ରାୟ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଅନେକ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେଣୁ ଏହି ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Kabul

ଏଭଳି ଗୁଳିଚାଳନା ପଛରେ କ’ଣ ଉଦେଷ୍ୟ ରହିଛି ସେନେଇ ଏବେ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ । କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରି ନାହାନ୍ତି । ତେବେ କାବୁଲରେ ଏଭଳି ଦୁର୍ଘଟଣା ନିତିଦିନିଆ ବୋଲି କୁହାଯାଏ । ସୂଚନାଯୋଗ୍ୟ ଆଫ୍‌ଗାନ୍‌ ସେନାକୁ ସବୁବେଳେ ତାଲିବାନ ସହ ମୁକାବିଲା କରିବାକୁ ପଡ଼ିଥାଏ । ବିଭିନ୍ନ ସମୟରେ ତାଲିବାନ ପକ୍ଷରୁ ଏଭଳି ଆକ୍ରମଣ ତଥା ଆତ୍ମଘାତୀ ବିସ୍ଫୋରଣ କରାଯାଉଥିବା ପୂର୍ବରୁ ନଜିର ରହିଛି ।

Kabul

ସୂଚନାନୁସାରେ ଖବର ପାଇ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ୩ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ପ୍ରଥମେ ଜଣେ ନିଜ ବିସ୍ଫୋରକରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କୁ ସୁରକ୍ଷା ବାହିନୀ ଦ୍ୱାରା କାବୁ କରାଯାଇଛି । ତେବେ ଏହି ଘଟଣାରେ ମୃତ୍ୟୁ ହୋଇଥିବା ୧୯ ଜଣଙ୍କ ମଧ୍ୟରେ ଅଧିକାଂଶ ଉକ୍ତ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଟନ୍ତି ବୋଲି କାବୁଲ ପୁଲିସ ସୂଚନା ଦେଇଛି ।

Kabul

ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଇରାନିଆନ ପୁସ୍ତକ ମେଳାର ଆୟୋଜନ ହୋଇଥିବା ବେଳେ ସରକାରୀ ଅଧିକାରୀ ପହଞ୍ଚିବା ପରେ ଆତଙ୍କୀମାନେ ଗୁଳିଚାଳନା କରିଥିଲେ । ଗୁଳି ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଥିବା ଶତାଧିକ ଲୋକ ଓ ଛାତ୍ରଛାତ୍ରୀ କ୍ୟାମ୍ପସରେ ଏଣେତେଣେ ଦୌଡ଼ିବାକୁ ଆରମ୍ଭ କରିଥିଲେ । ପରେ ଆଫଗାନି ସୁରକ୍ଷା ବାହିନୀ ସେହି ସ୍ଥାନକୁ ଚର୍ତୁପାଶ୍ୱର୍ରୁ ଘେରିବା ସହ ବିଶ୍ୱବିଦ୍ୟାଳୟର ସମସ୍ତ ରାସ୍ତାକୁ କର୍ଡନ କରିଥିଲେ । ଅନ୍ୟପଟେ ଏହି ଘଟଣାରେ ତାଲିବାନର ସମ୍ପୃକ୍ତି ନାହିଁ ବୋଲି ତାଲିବାନ ପକ୍ଷରୁ ସଫେଇ ଦିଆଯାଇଛି ।

Leave a Reply