spot_img

Latest Posts

୨୧ ବର୍ଷ ପୂର୍ବେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସଲମାନ, ଅଚାନକ…

 ମୁମ୍ବାଇ:  ବଲିଉଡରେ ଯଦି କାହାର ବିବାହକୁ ଦେଶବାସୀ ଦୀର୍ଘଦିନ ଧରି ଅପେକ୍ଷା କରିଥାନ୍ତି ସେ ହେଉଛନ୍ତି ଦବଙ୍ଗ୍‌ ମାନେ ସଲମାନ ଖାନ୍‌। ୫୫ ବର୍ଷ ହୋଇ ଯାଇଥିଲେ ମଧ୍ୟ ସେ ଆଜିପର୍ଯ୍ୟନ୍ତ ବିବାହ କଲେନାହିଁ । ସଲମାନଙ୍କ ବିବାହ ଖବର ଅନେକ ଥର ସାମ୍ନାକୁ ଆସିଛି, କିନ୍ତୁ ତାହା କେବେ ମଧ୍ୟ ସତ ହୋଇନାହିଁ । ଅବଶ୍ୟ ଆଜିଠାରୁ ଠିକ୍‌୨୧ ବର୍ଷ ପୂର୍ବେ ସଲମାନ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଶେଷ ସମୟରେ ନିଷ୍ପତ୍ତି ବଦଳାଇ ଦେଲେ ।

ଥରେ କପିଲ ଶର୍ମାଙ୍କ ଶୋ’ରେ ଅତିଥି ହୋଇ ପହଞ୍ଚିଥିବା ବେଳେ ସଲମାନଙ୍କ ଏହି ସିକ୍ରେଟକୁ ରିଭିଲ କରିଛନ୍ତି ତାଙ୍କ ଘନିଷ୍ଠ ବନ୍ଧୁ ସାଜିଦ ନାଡ଼ିୟଡବାଲା। ସାଜିଦଙ୍କ କହିବା ଅନୁସାରେ, ସଲମାନ ଏବଂ ସେ କେବେ ମଧ୍ୟ ବିବାହ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଅବଶ୍ୟ ପରେ ସାଜିଦ ବିବାହ କରିନେଲେ, କିନ୍ତୁ ସଲମାନ ଆଜିପର୍ଯ୍ୟନ୍ତ ବିବାହ କଲେ ନାହିଁ ।

 

ସାଜିଦ ଏହା ମଧ୍ୟ କହିଥିଲେଯେ, ୧୯୯୯ରେ ସଲମାନ ତାଙ୍କ ନିଷ୍ପତ୍ତି ବଦଳେଇଦେଲେ ଏବଂ ବିବାହ କରିବା ପାଇଁ କହିଲେ । ତାଙ୍କ ବାପା ଏବଂ ମା’ଙ୍କ ବିବାହ ବାର୍ଷିକୀ ଅର୍ଥାତ୍‌ନଭେମ୍ବର ୧୮ରେ ବିବାହ କରିବା ପାଇଁ ସଲମାନ ନିଷ୍ପତ୍ତି ନେଇଥିଲେ । ସଲମାନଙ୍କ ପରିବାର ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେ । କିନ୍ତୁ ବିବାହର ୫ରୁ ୬ ଦିନ ପୂର୍ବରୁ ସଲମାନ ବାଜି ଓଲାଟାଇଦେଲେ ଏବଂ ବିବାହ କରିବା ପାଇଁ ମନା କରିଦେଲେ । ଅବଶ୍ୟ ସାଜିଦ ମନା କରିନପାରି ବିବାହ କରିଦେଲେ ।

ସବୁଠାରୁ ମଜାଦାର କଥା ହେଉଛି, ସାଜିଦ ବିବାହ ବେଦୀରେ ବସିଥିବା ବେଳେ ସଲମାନ ତାଙ୍କ ନିକଟକୁ ଆସିଲେ ଏବଂ କାନରେ କହିଲେଯେ, ଯଦି ବାହାଘର ଛାଡ଼ି ଯିବାକୁ ଚାହୁଁଛୁ, ତେବେ ଗେଟ୍‌ବାହାରେ ଗାଡ଼ି ଛିଡ଼ା ହୋଇଛି । ଅବଶ୍ୟ ସଲମାନ ଏହାକୁ କେବଳ ମଜାକରେ କହିଥିଲେ । କିନ୍ତୁ ବାସ୍ତବରେ ସେ ସାଜିଦଙ୍କୁ ଶୁଭକାମନା ଜଣାଇଥିଲେ ।

୧୯୯୪ରେ ମଧ୍ୟ ସଲମାନ ଏବଂ ସଙ୍ଗୀତା ବିଜଲାନୀଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇ ସାରିଥିଲା । ବିବାହ କାର୍ଡ଼ ମଧ୍ୟ ଛପା ସରିଥିଲା । କିନ୍ତୁ କୁହାଯାଏ, ବିବାହ ପୂର୍ବରୁ ସଲମାନ ଧୋକା ଦେଉଥିବା ସଙ୍ଗୀତା ଜାଣି ନେଇଥିଲେ । ଯାହାପରେ ସେ ବିବାହ କରିବାକୁ ମନା କରିଦେଲେ । କିନ୍ତୁ ସେହି ସମୟରେ ସଲମାନ ବିବାହ କରିବାକୁ ଚାହୁଁଥିଲେ । ଯାହାର ଖୁଲାସା ନିଜେ ସଲମାନ କଫି ଓ୍ୱିଦ୍‌କରନରେ କରିଥିଲେ ।

Latest Posts

Don't Miss