କୋଲକାତାରେ ଜୀବନ ହାରିଲେ ବଙ୍ଗୀୟ ଅଭିନେତ୍ରୀ ବିଦିଶା ମଜୁମଦାର

କୋଲକାତା: ଅଭିନେତ୍ରୀଙ୍କ ଆତ୍ମହତ୍ୟା । ପ୍ରେମରେ ଧୋକା ପରେ ଆତ୍ମହତ୍ୟା କରିଛନ୍ତି ବଙ୍ଗୀୟ ଅଭିନେତ୍ରୀ । କୋଲକାତା ନାଗେର ବଜାର କଲୋନୀସ୍ଥିତ ଘରୁ ଅଭିନେତ୍ରୀ ବିଦିସା ମଜୁମଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତଦେହ ସହ ପୋଲିସ ସେହି ଘରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି । ମାନସିକ ଚାପରେ ଥିବାରୁ ଆତ୍ମହତ୍ୟା କରିଛି ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ବିଦିସାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଧୋକା ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ନୋଟରେ ଲେଖାଯାଇଛି । ଦୀର୍ଘଦିନ ଧରି ବିଦିସାଙ୍କୁ ଇଣ୍ଡଷ୍ଟ୍ରୀରେ କାମ ମିଳୁ ନଥିବା ବେଳେ ପ୍ରେମିକଙ୍କ ଧୋକା ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ସେପଟେ ବିଦିସାଙ୍କ ରୁମରୁ ମିଳିଥିବା ସୁଇସାଇଡ ନୋଟକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।