ଲକ୍‌ଡାଉନ୍‌ ଦେଲା ନୂଆ ପରିଚୟ, ବିନା ଗୁରୁରେ ରେବା ବନିଗଲେ ଚିତ୍ରଶିଳ୍ପୀ ! ଦେଖନ୍ତୁ…

1 min read

ମାଲକାନଗିରି: ଲକଡାଉନରେ ୟୁଟ୍ୟୁବ୍‌ ଦେଲା ନୂଆ ପରିଚୟ । ଇଞ୍ଜିନିୟରିଂ ପାଠ ସାରି ଘରେ ରହୁଥିବା ରେବା ଏବେ ବିନା ଗୁରୁରେ ବନିଯାଇଛନ୍ତି ଚିତ୍ରଶିଳ୍ପୀ । ପେନସିଲ୍‌ ମୁନରେ ନେତାଠାରୁ ଆରମ୍ଭ କରି ଅଭିନେତା ସମସ୍ତଙ୍କ ଅବିକଳ ଚିତ୍ର କରୁଛନ୍ତି ଯୁବତୀ ଜଣଙ୍କ । ଆମେ କହୁଛୁ ମାଲକାନଗିରିର ରେବା ବିଶ୍ୱାସଙ୍କ କଥା । ବାପା ମାଆ ବି ରେବାଙ୍କ ଏହି କଳା ଦେଖି ବେଶ୍ ଖୁସି ।

Reba Viswas

୨୧ ବର୍ଷୀୟ ରେବା ବିଶ୍ୱାସ । ନାଁ ଯେମିତି କାମ ବି ସେମିତି । ପେନ୍‌ସିଲ୍‌ ମୁନରେ ଆଙ୍କୁଛନ୍ତି ଭଳିକି ଭଳି ସୁନ୍ଦର ସୁନ୍ଦର ପ୍ରତିଛବି । ଠାକୁର ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ରଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ଅଭିନେତା, ଅଭିନେତ୍ରୀ, ଲେଜେଣ୍ଡାରୀ ସିଙ୍ଗରଙ୍କ ଅଭିକଳ ଚିତ୍ର ସବୁ ସେ ନିଜେ ପେନ୍‌ସିଲରେ ଆଙ୍କିଛନ୍ତି । ଚିତ୍ର ସବୁକୁ ଦେଖିଲେ କେହି ତାରିଫ୍‌ ନକରି ରହିପାରିବେନି । ଲକଡାଉନ୍‌ରେ ନିଜସ୍ୱ ଚେଷ୍ଟାରେ ସେ ବନିଯାଇଛନ୍ତି ଓସ୍ତାଦ୍ ଚିତ୍ରକର । କେବଳ ଚିତ୍ର ନୁହେଁ ୟୁଟ୍ୟୁବ୍ ଦେଖି ସେ ଭିଡିଓ ଏଡିଟିଂ ସହ ସିଲେଇରେ ବି ବେଶ୍ ପାରଙ୍ଗମ ହୋଇଛନ୍ତି ।

ମାଲକାନଗିରି କାଳିମେଳା ମାନ୍ଦାପାଲୀର ଏମପିଭି-୭ରେ ରୁହନ୍ତି ଗଣେଷ ଚନ୍ଦ୍ର ବିଶ୍ୱାସଙ୍କ ଝିଅ ରେବା ବିଶ୍ୱାସ । ବାପା ଜଣେ ହୋମିଓପାଥୀ ଡାକ୍ତର ଓ ମାଆ ଅଙ୍ଗନବାଡ଼ି କର୍ମୀ । ପଛୁଆ ଅଞ୍ଚଳରେ ରହି ମଧ୍ୟ ସେ ନିଜର ଚିତ୍ରକଳା ପାଇଁ ଏବେ ବେଶ୍ ଚର୍ଚ୍ଚିତ । ପିଲାଟି ଦିନରୁ କାଗଜ ପେନସିଲ ଧରି ଚିତ୍ର ଆଙ୍କୁଥିବା ରେବା ସିଭିଲ୍‌ ଇଞ୍ଜିନିୟରିଂରେ ବିଟେକ୍ ପାସ୍ କରିଛନ୍ତି ।

Reba Viswas

Leave a Reply