ଆକାଶ ମାର୍ଗରେ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ RVVର ହେଲା ସଫଳ ପରୀକ୍ଷଣ

1 min read

ବାଲେଶ୍ୱର: ବାଲେଶ୍ୱର ନିକଟ ଚାନ୍ଦିପୁର ସୁମଦ୍ର କୂଳରେ ବାୟୁସେନା ଦ୍ୱାରା ଯୁଦ୍ଧ ବିମାନରୁ ମଧ୍ୟମ ଦୂରଗାମୀ ଋଷ ନିର୍ମିତ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିଜାଇଲ RVVର ପରୀକ୍ଷା କରାଯାଇଛି । ଏହି ମିଜାଇଲ ପୂର୍ବରୁ ଉଡ଼ାଣ କରିଥିବା ଚାଳକ ବିହୀନ ଏୟାରକାଫ୍ଟ ବଂଶୀକୁ ଲକ୍ଷ୍ୟଭେଦ କରିଥିବା କୁହାଯାଉଛି । ସକାଳ ୧୦ଟା ୪୫ ମିନିଟ୍‌ରେ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଚାଳକ ବିହୀନ ଏୟାରକ୍ରାଫ୍ଟ ବଂଶୀ ଉଡ଼ାଣ କରିଥିଲା ।

ଏହାକୁ ଟାର୍ଗେଟ୍‌ କରି ବାୟୁସେନାର ଯୁଦ୍ଧ ବିମାନରେ ଖଞ୍ଜା ଯାଇଥିବା RVV ମିଜାଇଲ ଲକ୍ଷ୍ୟଭେଦ କରିଥିଲା । ଏହି ମିଜାଇଲକୁ ଋଷ ପ୍ରସ୍ତୁତ କରିଥିବାବେଳେ ଭାରତର ବାୟୁସେନାରେ ବ୍ୟବହାର କରାଯାଉଛି । RVV କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୮୦ରୁ ୧୦୦ କିଲୋମିଟର ଥିବାବେଳେ ଓଜନ ୧୭୫ରୁ ୧୯୦ କିଲୋଗ୍ରାମ ରହିଛି । ଏହାର ଲମ୍ବ ୩.୬ ମିଟର ଏଥିରେ ସାଢେ ୨୨ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଭୂପୃଷ୍ଠରୁ ୫ରୁ ୨୫ କିଲୋମିଟର ଉଚ୍ଚତାରେ ଶବ୍ଦର ବେଗ ଠାରୁ ୪ଗୁଣ ଅଧିକ ବେଗରେ RVV ମିଜାଇଲ ଗତି କରିପାରିବ ।

Leave a Reply