ଆଜି ପଖାଳ ଦିବସ

ଭୁବନେଶ୍ୱର: ‘ଓଃ କି ଶାନ୍ତି…’। ଏମିତି କିଛି ଭାବନା ଗଣ୍ଡେ ପଖାଳ ଖାଇଦେଲେ ମନରେ ଆସେ। ଖରାରେ ବାହାରୁ ଆସି ପଖାଳ କଂସା ଆଖି ଆଗରେ ଦେଖିଦେଲେ ଏକ ପ୍ରକାର ଆନନ୍ଦ ଭରିଯାଏ । ପଖାଳ ଆମ ଓଡ଼ିଆ ପରମ୍ପରାରେ ପାରମ୍ପରିକ ଖାଦ୍ୟ। ଘରେ ଘରେ ସବୁବେଳେ ପଖାଳ ସାଙ୍ଗକୁ ଶାଗ ଭଜା ବଡ଼ି ଚୁରା ଆଳୁ ଚଟଣି ମାଛ ଭଜା ଆଦି ମା ବାଢି ଦିଅନ୍ତି । ଆଉ ତାକୁ ଖାଇଦେଲେ ପେଟ ସହ ମନ ବି ଖୁସି ହେଇଯାଏ । ଏହି ସ୍ୱତନ୍ତ୍ର ଖାଦ୍ୟ ନିହାତି ଭାବେ ଓଡ଼ିଆଙ୍କ ପରିଚୟର ପ୍ରତୀକ।

ଖାଲି ଓଡ଼ିଆ କାହିଁକି ସେମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ବି ପଖାଳକୁ ଭୁଲନ୍ତି ନାହିଁ । ଶ୍ରୀକୃଷ୍ଣ ଦହି ପଖାଳ ଖାଇବା କାହାଣୀ ବି ପୁରାଣରେ ରହିଛି। ହେଲେ ଚଳିତ ଖରା ଦିନରେ ବିଶ୍ୱବ୍ୟାପୀ କରୋନା ଭୟ ପଖାଳ କଂସାକୁ ବି ଶକ୍ତ ଚାପୁଡ଼ା ଦେଇଛି। କରୋନାର ମୁଖ୍ୟ ଲକ୍ଷଣ ଥଣ୍ଡା ହୋଇଥିବାରୁ ପଖାଳ ଖାଇବାରୁ ଏବେ ସମସ୍ତେ ନିବୃତ୍ତ ରହିବାର ସ୍ଥିତି ଉପୁଜିଛି ।

କିନ୍ତୁ ରାଜଧାନୀରେ ଖୁବ୍‌ ନିଆରା ଢଙ୍ଗରେ ଏହାକୁ ଘରେ ଘରେ ପାଳନ କରାଯାଉଛି। ହୋଟେଲ ବନ୍ଦ ଥିବାରୁ ଏଥର ହୋଟେଲ କି ରେସ୍ତୋରାଁତ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇନାହିଁ । କିନ୍ତୁ କରୋନା ଯୋଗୁଁ ବିଭିନ୍ନ କଟକଣା ପାଇଁ ଚଳିତ ‘ପଖାଳ ଦିବସ’ ଫିକା ପଡ଼ିଛି ।

Leave a Reply