ସାମ୍ନାକୁ ଆସିଲା ଓଡିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ: ୨୦୨୪ ମସିହାରେ ମୋଟ ୨୦୦ ଅପରାଧିକ କେସ ରୁଜୁ
ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ଓଡିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ । ୨୦୨୪ ମସିହାରେ ମୋଟ ୨୦୦ ଅପରାଧିକ କେସ ରୁଜୁ କରାଯାଇଛି। ୧୮୧ ଜଣ ସରକାରୀ ଅଧିକାରୀ ଓ ଅନ୍ୟ ଲୋକଙ୍କୁ ଗିରଫ କରାଯାଇଛି । ୫୦ ଜଣ କ୍ଳାସ ୧ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହା ମଧ୍ୟରେ ୬ ଜଣ ଚିଫ ଇଞ୍ଜିନିୟର, ଅବକାରୀ ଜଏଣ୍ଟ କମିଶନର, ଫିସରି ଡେପୁଟି ଡ଼ାଇରେକ୍ଟର, ସିଟି ଜିଏସଟି ଆସିଷ୍ଟାଣ୍ଟ କମିଶନର, ଜେଲ ସୁପରିଟେଣ୍ଡେଣ୍ଟ, ସବ କଲେକ୍ଟର, ତହସିଲଦାର, ବିଡ଼ିଓଙ୍କ ବିରୋଧରେ କେସ ହୋଇଛି ।
ସେହିପରି ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରେଭେନ୍ୟୁ କର୍ମଚାରୀ, ୯ ଜଣ ପୋଲିସ, ୫ ଜଣ ଡାକ୍ତର, ୩ ଜଣ ଫରେଷ୍ଟ ଅଧିକାରୀଙ୍କୁ ଗିରଫ କରାଯାଇଛି । ୬୦ ଟି ଡିଏ କେସ ହୋଇଛି । ସେହିପରି ୯୬ଟି କେସରେ ଟ୍ରାପ କରି ୧୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯ ଲକ୍ଷ ୨୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ସେହିପରି ଟ୍ରାପ ଓ ଡିଏ କେସରେ ୪୮୩ ସ୍ଥାନରେ ରେଡ଼ ପଡିଛି । ଦୁର୍ନୀତିଗସ୍ତ ଅଧିକାରୀଙ୍କ ୭୯୨ ଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ୬୦ଟି ଡିଏ କେସରେ ୩୮ ଜଣ ଅଭିଯୁକ୍ତଙ୍କ ସହଯୋଗୀଙ୍କ ବିରୋଧରେ କେସ ହୋଇଛି । ୩୦୭ ଟି କେସରେ ତଦନ୍ତ ଶେଷ ହୋଇଛି । ୧୦୫ ଟି କେସରେ ଦଣ୍ଡବିଧାନ ଶେଷ କରିଛି ଭିଜିଲାନ୍ସ । ଡିଏ କେସରେ ଦଣ୍ଡବିଧାନ ହାର ୮୦ ପ୍ରତିଶତ ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୫ ସରକାରୀ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି।