ଆରବ ସାଗରରେ ଆସିପାରେ ୨୦୨୧ର ପ୍ରଥମ ବାତ୍ୟା ‘ଟଉକଟାଏ’

1 min read
2021’s first cyclone likely to form in the Arabian Sea this week

ନୂଆଦିଲ୍ଲୀ: ମେ’ ୧୬ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତ ପରେ ବାତ୍ୟାର ରୂପ ନିଏ ତ ଏହା ୨୦୨୧ର ପ୍ରଥମ ବାତ୍ୟା ହେବ । ଉତ୍ତର ଭାରତରେ ହେବାକୁ ଥିବା ବାତ୍ୟାର ନାମ ‘ଟଉକଟାଏ’ ଦେଇଛି ମିଆଁମାର । ଘୂର୍ଣ୍ଣିଝଡ଼ ସମ୍ଭାବନା ଥିବାରୁ ଆରବ ସାଗର ଅଶାନ୍ତ ରହିଛି ।

2021’s first cyclone likely to form in the Arabian Sea this week

ଭାରତୀୟ ପାଣିପାଗ ବିଭାଗ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ନେଇ ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁ ଆଦି ୪ ରାଜ୍ୟକୁ ମେ ୧୬ ଯାଏ ଆଲର୍ଟ କରିଛି । ସୃଷ୍ଟି ହେବାକୁ ଥିବା ଲଘୁଚାପ ଉପରେ ବର୍ଷା ନିର୍ଭର କରେ । ଦକ୍ଷିଣପୂର୍ବ ଆରବ ସାଗରରେ ମେ’ ୧୪ ସକାଳେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଲାକ୍ଷାଦ୍ୱୀପ ଆଡ଼କୁ ଗତି କରିବ । ମେ’ ୧୬ ସୁଦ୍ଧା ଏହା ବାତ୍ୟାର ରୂପ ନେଇପାରେ ।

2021’s first cyclone likely to form in the Arabian Sea this week

ଏହାର ପ୍ରଭାବରେ ମଙ୍ଗଳବାର ଠାରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଉପକୂଳ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ପୂର୍ବ ଓ କେନ୍ଦ୍ରୀୟ ଆରବ ସାଗର ଅଶାନ୍ତ ରହିବ । ମେ ୧୫ରେ ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବା ଆକଳନ କରାଯାଇଛି ।

Leave a Reply