ଏହି ଦିନରେ ପଡ଼ିବ ବର୍ଷର ପ୍ରଥମ ସୂର୍ଯ୍ୟ ପରଗ, ଜାଣନ୍ତୁ ଆପଣଙ୍କ ରାଶିରେ କଣ ପଡ଼ିବ ପ୍ରଭାବ

1 min read

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୧୦ ଜୁନ୍ ୨୦୨୧ ଗୁରୁବାର ହେବାକୁ ଯାଉଛି । ଚନ୍ଦ୍ରଗ୍ରହଣ ପରେ ଏହା ବର୍ଷର ଦ୍ୱିତୀୟ ଗ୍ରହଣ ହେବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ସମୁଦାୟ ୪ଟି ଗ୍ରହଣ ପଡ଼ିବ । ସେ ମଧ୍ୟରୁ ୨ଟି ଚନ୍ଦ୍ରଗ୍ରହଣ ଏବଂ ୨ ଟି ସୂର୍ଯ୍ୟ ପରାଗ ହେବ । ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ, ଏହି ସୂର୍ଯ୍ୟ ପରାଗରେ ପ୍ରାୟ ୯୯ ପ୍ରତିଶତ ଚନ୍ଦ୍ରର ଛାଇରେ ଲୁଚି ରହିଥାଏ । ତେବେ ୧୦ ଜୁନ୍ ୨୦୨୧ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ ।

ଏହି ସୂର୍ଯ୍ୟପରାଗ ଅପରାହ୍ନ ୧ ଟା ୪୨ରୁ ଲାଗି ସନ୍ଧ୍ୟା ୬.୪୧ ମିନିଟରେ ଶେଷ ହେବ । ପ୍ରାୟ ୫ଘଣ୍ଟା ଧରି ଏହି ପରାଗ ରହିବ । ଏହା ଆଂଶିକ ଉତ୍ତର-ପୂର୍ବ ଆମେରିକା, ୟୁରୋପ, ଏସିଆ, ଆଟଲାଣ୍ଟିକ୍ ମହାସାଗରର ଉତ୍ତର ଭାଗରେ ଦେଖାଯିବ । ଚଳିତ ବର୍ଷର ସୂର୍ଯ୍ୟ ଗ୍ରହଣ କେବଳ ଅରୁଣାଚଳ ପ୍ରଦେଶ ଏବଂ ଭାରତର ଲଦାଖର କିଛି ଅଂଶରେ ଦେଖାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ପରାଗ ଯେଉଁ ସ୍ଥାନରେ ଦୃଶ୍ୟମାନ ହେବ କେବଳ ସେହି ସ୍ଥାନରେ ଖାଦ୍ୟପାନୀୟରେ ବାରଣ ରହିଥାଏ । ଯେହେତୁ ଭାରତରେ ଏହା ଆଂଶିକ ମାତ୍ରାରେ ପଡ଼ିବ ତେଣୁ ଏହି ପରାଗ ପାଇଁ କିଛି ବାରଣ କରାଯିବ ନାହିଁ ।

ମେଷ -ପରାଗ ସମୟରେ, ଏହି ରାଶିର ଲୋକମାନେ ତର୍କବିତର୍କରୁ ଦୂରେଇ ରହିବା ଉଚିତ୍ । ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ, ନହେଲେ ଆର୍ଥିକ କ୍ଷତି ହୋଇପାରେ ।

ବୃଷ – ସୂର୍ଯ୍ୟ ପରାଗ କାରଣରୁ, ବୃଷର ରାଶିର ବ୍ୟକ୍ତିମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ । କ୍ୟାରିୟର ଏବଂ କାର୍ଯ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ।

ମିଥୁନ – ଏହି ରାଶିର ବ୍ୟକ୍ତିବିଶେଷ ଆର୍ଥିକ ପ୍ରତିବନ୍ଧକର ସାମ୍ନା କରିପାରନ୍ତି । ଧନ ହାନୀର ଯୋଗ ରହିଛି । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପାରିବାରିକ ସମ୍ପର୍କ ଭଲ ହେବ ।

କର୍କଟ- ଏହି ରାଶିର ଲୋକମାନେ ସତର୍କ ହେବା ଆବଶ୍ୟକ । ବିତର୍କରୁ ଦୂରେଇ ରୁହନ୍ତୁ । ନିଜର ବାଣୀକୁ ନିୟନ୍ତ୍ରଣ ରଖିବା ଆବଶ୍ୟକ । ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ ।

ସିଂହ- ଏହି ରାଶିର ଲୋକମାନେ ଆର୍ଥିକ ଲାଭ ପାଇପାରିବେ । ଧନ ଲାଭର ଯୋଗ ରହିଛି । କାହା ବିଷୟରେ ନକାରାତ୍ମକ ଚିନ୍ତାଧାରା ଆଣିବା ଠାରୁ ଦୂରେଇ ରୁହନ୍ତୁ । ଆଧ୍ୟାତ୍ମିକତାର କାର୍ଯ୍ୟରେ ମନ ନିବେଶ କରନ୍ତୁ ।

କନ୍ୟା- ଏହି ରାଶିର ବ୍ୟକ୍ତିମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ୍  । କାହାକୁ ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ  । ପାରିବାରିକ ସମ୍ପର୍କ ମଧୁର ହେବ ।

ତୁଳା – ଏହି ରାଶିର ଲୋକମାନେ ଯତ୍ନର ସହ କିଛି କାର୍ଯ୍ୟ କରିବା ଉଚିତ୍ । ମାନସିକ ଚାପରୁ ଦୂରେଇ ରୁହନ୍ତୁ । ଜଣେ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ ।

ବିଛା- ଏହି ରାଶିର ବ୍ୟକ୍ତି ସେମାନଙ୍କ ମନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ଧନୁ – ଏହି ରାଶିର ବ୍ୟକ୍ତି କ୍ୟାରିୟର ଏବଂ ଶିକ୍ଷା ପ୍ରତିଯୋଗିତାରେ ସଫଳତା ପାଇବେ । କଠିନ ପରିଶ୍ରମ କରନ୍ତୁ ସମୟ ନଷ୍ଟ କରିବାରୁ ନିବୃତ ରୁହନ୍ତୁ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।

ମକର – ଏହି ରାଶିର ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି କାର୍ଯ୍ୟ ବାଛିବିଚାରି କରନ୍ତୁ । କାହାକୁ ଅଧିକ ବିଶ୍ୱାସ କରିବା କ୍ଷତିକାରକ ହୋଇପାରେ ।

କୁମ୍ଭ – ଏହି ରାଶିର ଲୋକମାନେ କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ । ଶତ୍ରୁଙ୍କ ଦ୍ୱାରା ପରାସ୍ତ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ । ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ ।

ମୀନ- ଏହି ରାଶିର ଲୋକମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ । ବୁଝି ବିଚାରି ନିଷ୍ପତ୍ତି ନେବା ଆବଶ୍ୟକ । ଆପଣଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

Leave a Reply