୨୦୧୯ ସାଧାରଣ ନିର୍ବାଚନରେ କେତେ ଆସନ ଲାଭ କରି ସଂଖ୍ଯା ଗରିଷ୍ଠତା ହାସଲ କରିଥିଲା ବିଜେଡି ?

ନନ୍ଦିଘୋଷ ବ୍ୟୁରୋ : କେମିତି ଥିଲା ୨୦୧୯ ସାଧାରଣ ନିର୍ବାଚନ । କେତେ ଆସନ ଲାଭ କରି ସଂଖ୍ଯା ଗରିଷ୍ଠତା ହାସଲ କରିଥିଲା ବିଜେଡି। ଲୋକସଭାରେ ରହିଥିଲା କାହାର ପଲ୍ଲା ଭାରୀ । ଉପନିର୍ବାଚନରେ କିଏ କରିଥିଲା ବାଜିମାତ । ଆସନ୍ତୁ ଏସବୁ ତଥ୍ଯ ଉପରେ ଟିଖିନିଖି ନଜର ପକାଇବା । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ମିଳିଥିବା ବଡ଼ ବିଜୟ । ୧୧୩ ଆସନରେ ବିଜୟୀ ହୋଇ ସରକାର ଗଢିଥିଲା ବିଜୁ ଜନତା ଦଳ । ଭାରତୀୟ ଜନତା ପାର୍ଟି ବା ବିଜେପିକୁ ୨୩ଟି ଆସନ ମିଳିଥିବାବେଳେ କଂଗ୍ରେସ ପାଇଥିଲା ମାତ୍ର ୯ଟି ଆସନ । ସିପିଆଇଏମ ଓ ସ୍ବାଧୀନ ପ୍ରାର୍ଥୀଲ ଗୋଟିଏ ଲେଖାଏଁ ଆସନରେ ବିଜୟ ଲାଭ କରିଥିଲେ । ନିର୍ବାଚନରେ ବିଜେଡି ପାଇଥିଲେ ୪୪.୭୧ ପ୍ରତିଶତ ଭୋଟ । ବିଜେପିକୁ ୩୨.୪୯ ପ୍ରତିଶତ ଭୋଟ ମିଳିଥିବାବେଳେ ମାତ୍ର ୧୬.୧୨ ପ୍ରତିଶତ ଭୋଟ ପାଇଥିଲା କଂଗ୍ରେସ । ବିପୁଳ ଜନମତ ପାଇ ବିଜେଡି ସରକାର ଗଠନ କରିବା ସହ ନବୀନ ଷଷ୍ଠଥର ମୁଖ୍ଯମନ୍ତ୍ରୀ ହୋଇଥିଲେ ।

ସେହିପରି ୨୦୧୯ ପରେ ରାଜ୍ଯରେ ହୋଇଛି ୮ଟି ଉପନିର୍ବାଚନ । ଏଥିରୁ ୭ଟିରେ ବିଜେଡି ବିପୁଳ ଭୋଟରେ ବିଜୟ ଲାଭ କରିଥିବାବେଳେ କେବଳ ଧାମନଗର ଆସନଟି ବିଜେପି ନିଜ ଖାତାରେ ରଖିପାରିଛି । ଏମିତି ସାଧାରଣ ନିର୍ବାଚନରେ ବିଜେପି ଜିତିଥିଲା ବାଲେଶ୍ବର ସଦର ଆସନ ବି ଛଡ଼ାଇ ଆଣିଥିଲା ବିଜେଡି । ବିଜେପିରୁ ଆସନରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ ସେହି ଆସନରେ ହୋଇଥିଲା ଉପନିର୍ବାଚନ । ଏଠାରେ 97,990 ଭୋଟରେ ବିଜେଡି ବିଜୟୀ ହୋଇଥିଲା । ବାଲେଶ୍ବର ସଦରରେ 13,351 ଭୋଟରେ ବିଜେଡି ବିଜୟୀ ହୋଇ ବିଜେପି ଖାତାରୁ ଆସନଟିକୁ ଛଡ଼ାଇ ଆଣିବାରେ ସଫଳ ହୋଇଥିଲା । ସେହିପରି ତିର୍ତ୍ତୋଲରେ 41,703ଭୋଟ ଓ ପିପିଲିରେ 20,916 ଭୋଟରେ ବିଜେଡି ବିଜୟୀ ହୋଇଥିଲା । ବ୍ରଜରାଜନଗରରେ  66,122 ଭୋଟରେ ବାଜି ମାରିଲା ବିଜେଡି । ଧାମନଗରରେ ବିଜେପି 9,881 ଭୋଟରେ ବିଜୟୀ ନିଜ ଆସନଟିକୁ ନିଜ ଖାତାରେ ରଖିପାରିଥିଲା । ଅନ୍ଯପଟେ ପଦମପୁରରେ ବିଜେଡି 42,679, ଝାରସୁଗୁଡ଼ାରେ ୪୮ ହଜାର ୭୨୧ ଭୋଟରେ ବିଜେଡି ବାଜିମାରିଥିଲା ।

ଲୋକସଭା କ୍ଷେତ୍ରକୁ ଦେଖିଲେ ୨୦୧୯ରେ ବିଜେଡି ସପକ୍ଷରେ ବି ଅଧିକ ଜନମତ ଯାଇଥିଲା । ମୋଟ ୨୧ଟିରୁ ବିଜୁ ଜନତା ଦଳ ୧୨ଟି ଲୋକସଭା ଆସନ ଦଖଲ କରିଥିବାବେଳେ ବିଜେପି ୮ଟି ଓ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିଥିଲା । ଆସନ ଉପରେ ନଜର ପକାଇଲେ ବିଜେଡି ଖାତାରେ ରହିଥିଲା କେନ୍ଦୁଝର, ଭଦ୍ରକ, ଯାଜପୁର,ଢେଙ୍କାନାଳ, ନବରଙ୍ଗପୁର, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଆସ୍କା ଓ ବ୍ରହ୍ମପୁର । ସେହିପରି ବିଜେପି ପାଇଥିବା ୮ଟି ଆସନ ହେଉଛି, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ବର ବଲାଙ୍ଗୀର, କଳାହାଣ୍ଡି ଓ ଭୁବନେଶ୍ବର । କଂଗ୍ରେସ କେବଳ କୋରାପୁଟ ଆସନରେ ବିଜୟୀ ହୋଇଥିଲା ।