୨୦୦୮ ଫେବ୍ରୁଆରୀ ନୟାଗଡ଼ ମାଓବାଦୀ ଆକ୍ରମଣ ମାମଲା, ୨ ମାଓ ନେତା ୨ଟି ମାମଲାରେ ନିର୍ଦ୍ଦୋଷ

2008 Nayagarh Maoist Attack Case, Two Mao Leader Acquitted

ନୟାଗଡ଼: ବହୁଚର୍ଚ୍ଚିତ ୨୦୦୮ ଫେବ୍ରୁଆରୀ ୧୫ ନୟାଗଡ଼ ମାଓବାଦୀ ଆକ୍ରମଣ ଘଟଣା । ନିର୍ଦ୍ଦୋଷରେ ଖଲାସ ହେଲେ ୨ ମାଓ ନେତା । ଦଶପଲ୍ଲା ଥାନା ପୋଡ଼ି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ଆଦି ୨ଟି ପୃଥକ ମାମଲାରେ ମାଓନେତା ଆଜାଦ ଓ ସବ୍ୟସାଚି ପଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

2008 Nayagarh Maoist Attack Case, Two Mao Leader Acquitted

ନୟାଗଡ଼ ଟାଉନ ଥାନା ଆକ୍ରମଣ, ନୂଆଗାଁ ଥାନା ପୋଡ଼ି, ଦଶପଲ୍ଲା ଥାନା ପୋଡ଼ି ସହ ଅସ୍ତ୍ରାଗାର ଲୁଟ୍ ଭଳି ୯ଟି ପୃଥକ ମାମଲା ହୋଇଥିଲା । ସେଥିମଧ୍ୟରୁ ଦଶପଲ୍ଲା ଥାନା ପୋଡ଼ି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ଆଦି ଦୁଇଟି ମାମଲାରେ ନୟାଗଡ଼ ଜିଲ୍ଲା ଜଜ କୋର୍ଟ ଶୁଣାଣି ଶେଷ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସ୍ମାର୍ଟ କାର୍ଡ ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀ ନିଜ ମନକଥା କହିବାକୁ ଯାଇ କେଉଁ କଥାରୁ ଉଠାଇଲେ ପରଦା, ଜାଣନ୍ତୁ..

ଶୁଣାଣି ଶେଷ ହେବା ସହ ଉଭୟ ମାଓନେତାଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଜଜ୍ । ଆସନ୍ତାକାଲି ଶୁକ୍ରବାର ମାଓବାଦୀଙ୍କ ଦ୍ୱାରା ବଳପୂର୍ବକ ଭାବେ ଦଶପଲ୍ଲାରେ ନଡ଼ିଆ ବୋଝେଇ ଟ୍ରକ୍ ଅପହରଣ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୦୮ ମାଓବାଦୀ ଆକ୍ରମଣରେ ୧୩ ପୋଲିସ କର୍ମଚାରୀଙ୍କ ସହ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave a Reply