ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ମାମଲା; ୩୮ ଜଣଙ୍କୁ ଫାଶୀ, ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

1 min read

ଅହମ୍ମଦାବାଦ: ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ମାମଲାରେ ୩୮ଜଣଙ୍କୁ ଫାଶୀ ଦଣ୍ଡାଦେଶ । ଏହି ମାମଲାର ରାୟ ଶୁଣାଇଲେ ଅହମ୍ମଦାବାଦ ସ୍ପେଶାଲ କୋର୍ଟ । ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ ମାମଲାରେ ଅହମ୍ମଦାବାଦ ସ୍ପେଶାଲ କୋର୍ଟ ୩୮ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଦେଶରେ ପ୍ରଥମ ଥର ଲାଗି ଏତେ ସଂଖ୍ୟକ ଲୋକଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ସେହିପରି ୧୧ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି । ୨୦୦୮ରେ ଗୁଜୁରାଟର ଅହମ୍ମଦାଦରେ ସିରିଏଲ ବ୍ଲାଷ୍ଟ ହୋଇଥିଲା । ମାତ୍ର ୭୦ ମିନିଟରେ ୨୧ଟି ସ୍ଥାନରେ ହୋଇଥିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୫୬ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଶହରୁ ଅଧିକ ଲୋକ ଆହତ ହୋଇଥିଲେ ।

 

Leave a Reply