ବିଜେପି ଓ କଂଗେସ ଦଳ ଛାଡି ବିଜେଡିରେ ମିଶିଲେ ୨୦୦ କର୍ମୀ

ଭୁବନେଶ୍ୱର : ଅଧିକ ଶସକ୍ତ ହେଉଛି ବିଜେଡ  । ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ ହେଉଛନ୍ତି ବରିଷ୍ଠ ନେତା ଓ କର୍ମୀ  । ଆଜି ବିଜେପି ଓ କଂଗେସ ଦଳ ଛାଡି ବିଜେଡିରେ ମିଶିଛନ୍ତି ଦୁଇ ଶହ କର୍ମୀ । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ଓ୍ବାର୍ଡ ନମ୍ବର ୪୦ରୁ ଦୁଇଶହ ବିଜେପି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି  । ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ପାୟଲ ପଲ୍ଲବୀ ଦାଶ ଓ ପୂର୍ବତନ ଯୁବ ବିଜେପି ମୋର୍ଚ୍ଚା ଉପ ସଭାପତି ଅଭିଳାସ ଦାଶ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ସମସ୍ତ କର୍ମୀ  ।

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୱାର୍ଡ ନମ୍ବର ୪୦ର କର୍ପୋରେଟର ଆସିୟା ବେଗମଙ୍କ ନେତୃତ୍ବରେ ଆୟୋଜିତ ମିଶ୍ରଣ ପର୍ବ ଓ ଯୁବ ଛାତ୍ର ବିଜେଡିର ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିଥିଲେ  ।  କାର୍ଯ୍ୟକ୍ରମକୁ ବିଜେଡି ନେତା ଫିରୋଜ ଖାଁ ପରିଚାଳନା କରିଥିଲେ  ।