spot_img

Latest Posts

ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌; ବିନା କାରଣରେ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼

 ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌। ବିନା କାରଣ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼। ସମାଜାକି ଦୂରତ୍ୱକୁ ଟିକେ ଅବମାନନା କଲେ କମିଶନରେଟ ପୋଲିସ ଦେଖାଉଛି ନାଲି ଆଖି। କେଉଁଠି ଗାଡ଼ି ଉଠାଇ ନେଉଛି ତ କେଉଁଠି ଗୋଡ଼ାଇ ଗୋଡ଼ାଇ ପିଟୁଛି। 

୨ଦିନ ଧରି ଶୁନ୍‌ଶାନ୍‌ ହୋଇ ପଡ଼ିଥିବା ରାଜଧାନୀରେ ଆଜି ଖୋଲିଥିଲା ଅତ୍ୟାବଶ୍ୟକ ଦୋକାନ ବଜାର। କିଛି ଆବଶ୍ୟକତା ପାଇଁ ପଦାକୁ ଆସିଥିଲେ, ଆଉ କିଛି ଫୁର୍ତ୍ତି ପାଇଁ ବୁଲି ବାହାରିଥିଲେ। ତେବେ ବିନା କାରଣରେ ଟହଲ୍‌ ମାରୁଥିବା ଲୋକଙ୍କୁ ଆଜି ଖୋଦ୍‌ ଡିସିପି ସାବାଡ୍‌ କରିଥିଲେ। ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ରାସ୍ତା ଉପରେ। କିଛି ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ରାଜଧାନୀର ବିଭିନ୍ନ ଛକ ଜାଗାମାନଙ୍କରେ । 

ଚନ୍ଦ୍ରଶେଖପୁର ଲକ୍‌ଡାଉନ କଟକଣାକୁ ଫୁ କରି ଫୁଟପାଥରେ ବାଇକ ରଖି ଦୁଇ ଯ଼ୁବକ କରୁଥିଲେ ଖଟି । ଏପଟେ ଦୁଇ ଜଣ ଯ଼ୁବକ ଖାଲି ରାସ୍ତାର ମଉକା ଉଠାଇ ରଙ୍ଗ୍ ରୁଟରେ ଚଳାଉଥିଲେ ଗାଡି । ପାଟ୍ରୋଲିଂ ବେଳେ ଏମାନଙ୍କୁ ସାବାଡ କରିଥିଲେ ଭୁବନେଶ୍ୱର ଡିସିପି।

ରାଜମହଲ ଛକ  ମେଡିକାଲ ଓ ଟଙ୍କା ଉଠାଇବା ବାହାନାରେ ବାଇକରେ କାଟୁଥିଲେ ଚକ୍କର। ହାବୁଡରେ ପଡବା ପରେ, ବାଟକୁ ଆଣିଥିଲା ପୋଲିସ । କାଗଜପତ୍ର ଯାଞ୍ଚ କରିବା ସହ ପୋଲିସ ଆରମ୍ଭ କରିଥିଲା ପ୍ରହାର।

ଶିଶୁ ଭବନ ଛକ କରୋନା ପାଇଁ ବାଇକ୍‌ ମନା। ପାଖ ବଜାରକୁ ଚାଲି ଚାଲି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସାମାଜିକ ଦୂରତା ନିୟମକୁ ଭାଙ୍ଗି ସଉଦା କିଣିବାକୁ ଆସିଥିବା ଯୁବକଙ୍କୁ ସାବାଡ୍‌ କରିଛି ପୋଲିସ୍‌। ଗଣି ଗଣି କଢ଼ାଇଛି ଗୁଞ୍ଜି

ଏପିରିକି ବିଡିଏ ଅଞ୍ଚଳରେ ବେଫିକର୍‌ ଭାବେ ପଦାରେ ବୁଲୁଥିବା ୫ରୁ ଅଧିକ ଯୁବତୀଙ୍କୁ ଉଠାଇ ନେଇଛି ପୋଲିସ୍‌।

ଏପରିକି ଶିଶୁଭୁନ ଛକ ଓ ରାଜମହଲ ଛକରେ ଘରୁ ଚାଲି ଚାଲି ପରିବା ହାଟକୁ ଆସୁଥିବା ଲୋକଙ୍କୁ ସାଧୁବାଦ ଜଣାଇଛି ପୋଲିସ୍‌।

ରାଜ୍ୟ ସରକାର ଓ ପୋଲିସ ପ୍ରସାଶନ ବାରମ୍ବାର ଅପିଲ କରିବା ସତ୍ତ୍ୱେ ବିନା କାରଣରେ ପଦାକୁ ଆସିଥିଲେ ସହରିଆ । ବିଭିନ୍ନ ଛକରେ ଯାଞ୍ଚ ବେଳେ ପୋଲିସ ହାବୁଡରେ ପଡିଥିଲେ ଦେଶର ଶତ୍ରୁ । ଲକଡାଉନ ନିୟମ ଭାଙ୍ଗି ନାଲ୍‌କୋ ଛକରେ ହଟହଟା ହୋଇଥିଲେ ଲୋକେ। ଘଣ୍ଟା ଘଣ୍ଟା ଧରି ଅଟକ ରଖି ପୋଲିସ ଶିଖାଇଥିଲା ସବକ। ସେହିଭଳି କଟକ-ଭୁବନେଶ୍ୱର ଟୁଇନ୍‌ ସିଟିରୁ ପ୍ରାୟ ୨ହଜାର ବାଇକ୍‌କୁ ସିଜ୍‌ କରିଛି ପୋଲିସ୍‌।

ସେପଟେ ଓଡ଼ିଶା ପୋଲିସ୍‌ ଆଜି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛି ଏକ ହୃଦୟସ୍ପର୍ଶୀ ଭିଡିଓ। କରୋନା ସଂଗ୍ରାମର ସାରଥୀ ସାଜିବାକୁ ସାରା ଓଡ଼ିଶାବାସୀଙ୍କୁ ପୋଲିସ୍‌ କରିଛି ନିବେଦନ। ଯାହାକୁ ନିଜେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟର୍‌ ଆକାଉଣ୍ଟରେ ସେୟାର କରିଛନ୍ତି।

Latest Posts

Don't Miss