ଆଜିଠାରୁ ଦେଶରେ ଗଡ଼ିବ ୨ ଶହ ଯାତ୍ରୀବାହୀ ଟ୍ରେନ୍‌, ଯାତ୍ରା କରିବେ ୧ ଲକ୍ଷ ୪୫ ହଜାର ଯାତ୍ରୀ…

1 min read

ନୂଆଦିଲ୍ଲୀ: ଦେଶରେ ଆଜିଠୁ ଆରମ୍ଭ ହେଉଛି ଅନ୍‌ଲକ୍‌ ୧.୦ । ଦିର୍ଘ ଦୁଇମାସ ପରେ ଧିରେ ଧିରେ ସ୍ୱଭାବିକ ହେଉଛି ଦେଶ । କରୋନା ଭାଇରସର ପ୍ରକୋପ ପାଇଁ ପୁରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା । ଅନ୍‌ଲକ୍‌ ୧.୦ ପରେ ଆଜିଠାରୁ ସାରା ଦେଶରେ ଚାଲିବ ୨ଶହ ପାସେଞ୍ଜର ଟ୍ରେନ୍‌ । ପୂର୍ବରୁ କେବଳ ପ୍ରବାସୀଙ୍କ ପାଇଁ ଶ୍ରମିକ ଟ୍ରେନ ଏବଂ ମାଲ ପରିବହନ ଟ୍ରେନ୍‌ ଚାଲୁଥିବା ବେଳେ ଆଜିଠୁ ପାସେଞ୍ଜର ଟ୍ରେନ୍‌ ଗଡ଼ିବ ।

ପ୍ରଥମ ଦିନରେ ୧.୪୫ ଲକ୍ଷ ଲୋକ ଏହିସବୁ ଟ୍ରେନରେ ଯାତ୍ରା କରିବେ । ଏଥିପାଇଁ ୨୧ ମେରୁ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହୋଇଥିଲା । ରେଲଓ୍ୱେ  ପକ୍ଷରୁ ଅଗ୍ରିମ ଆରକ୍ଷଣ ଅବଧିକୁ ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ୮୨ ହଜାର ୬୭୧ ଜଣ ଯାତ୍ରା ଅନଲାଇନ୍‌ ବୁକିଂ କରିସାରିଛନ୍ତି । କରୋନା କଟକଣା ଭିତରେ ସମସ୍ତ ଯାତ୍ରୀ ଷ୍ଟେସନରେ ପହଞ୍ଚିବେ ।

ଟ୍ରେନ ଛାଡ଼ିବାର ୯୦ ମିନିଟ ଆଗରୁ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବେ । ଷ୍ଟେସନରେ ଯାତ୍ରୀ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯିବ । ଯଦି ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ତୁରନ୍ତ ମେଡିକାଲ ସୁବିଧା ଯୋଗାଇ ଦିଆଯିବ । ଯାତ୍ରୀମାନେ ମାସ୍କ ଓ ସାନିଟାଇଜର ରଖିବା ବାଧ୍ୟତାମୂଳକ ରହିଛି ।

Leave a Reply