ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦେଲେ ପକ୍ସୋ କୋର୍ଟ

1 min read

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଲେ ଫୁଲବାଣୀ ପକ୍ସୋ କୋର୍ଟ । କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ । ଜୋରିମାନା ଅନାଦେୟ ଅଧିକ ଏକବର୍ଷ ୬ ମାସ ଅଧିକ ଜେଲ ନେଇ ଉଲ୍ଲେଖ କରାଯାଇଛି । ଏହାସହ ପୀଡିତାଙ୍କୁ 6 ଲକ୍ଷ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ସଞ୍ଜିତ କୁମାର ବେହେରା ।

୨୦୧୯ରେ ଘଟିଥିଲା ଘଟଣା । ଅଭିଯୁକ୍ତ ସୁନୀଲ ଦିଗାଲ୍ ନାବାଳିକାଙ୍କୁ ନିଜ ଗାଡ଼ିରେ ବୁଲାଇ ନେବାକୁ କହି ଘରେ ୧୦ ଦିନ ରଖି ଦୁଷ୍କର୍ମ କରିଥିଲେ l ପୀଡିତା କୌଶଳକ୍ରମେ ଖସି ଆସି ନିଜ ପରିବାରକୁ ଜଣାଇବା ପରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ l ରାଇକିଆ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।