ୟୁକ୍ରେନରେ ଫସିଛନ୍ତି ଝାରସୁଗୁଡ଼ାର ୨୦ ଛାତ୍ରଛାତ୍ରୀ

ଝାରସୁଗୁଡ଼ା: ରୁଷ ଓ ୟୁକ୍ରେନ ମଧ୍ୟରେ ଉପୁଜିଛି ଭୟଙ୍କର ସ୍ଥିତି  ।  ଉପୁଜୁଥିବା ବେଳେ ଜିଲ୍ଲାର ୨୦ ଜଣ ଛାତ୍ରଛାତ୍ରୀ  ୟୁକ୍ରେନ ରେ ଫସି ରହିଥିବା ସୂଚନା ମିଳିଛି ।  ସେମାନଙ୍କ ମଧ୍ୟରୁ ବନ୍ଧବାହାଲ ଅଞ୍ଚଳର ୮ଜଣ ଛାତ୍ର ଛାତ୍ରୀ  ରହିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ିବାକୁ ଯାଇଛନ୍ତି ।୭ଜଣ ଛାତ୍ର ଛାତ୍ରୀ ୟୁକ୍ରେନର ଖାରଖିକି ଛାତ୍ର ଛାତ୍ରୀ ରହିଛନ୍ତି । ଜଣେ ଛାତ୍ର ରାଜଧାନୀ କିଏଭ୍ ରହିଛନ୍ତି ।

ସେଠାରେ ଫସି ରହିଥିବା ଛାତ୍ର ଛାତ୍ରୀ ହେଉଛନ୍ତି ବନ୍ଧବାହାଲ କୋଲୋନୀ ଟାଉନ୍ ସିପର ସୃତିଶିକ୍ତା ବେହେରା (ଶେଷ ବର୍ଷର ଛାତ୍ରୀ), ସୃଶ୍ରୀ ସ୍ୱାଗତିକା ( ଶେଷ ବର୍ଷର ଛାତ୍ରୀ) , ସୋନାଲୀ ତ୍ରିପାଠୀ, ହରପ୍ରସାଦ ସାହୁ, ରଞ୍ଜିତା ପ୍ରଧାନ,ନେଲ୍ ସନ୍ ସାହୁ, ଭାବନା ସିଂହଦେଓ, ଅକ୍ଷୟ ସିଂହ ଦେଓଙ୍କ ସମେତ  ସମୁଦାୟ ଝାରସୁଗୁଡ଼ା ଜିଲ୍ଲା ର ୨୦ ଜଣ ଛାତ୍ର ଛାତ୍ରୀ ଫସି ରହିଥିବା ସୂଚନା ମିଳିଛି ।

ସେପଟେ ସମସ୍ତ ଛାତ୍ରଛାତ୍ରୀଙ୍କ ସୂଚନା ମିଳିଲା ପରେ  ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ କହିଛନ୍ତି ।

Leave a Reply