ଅକ୍ସିଜେନ୍ ଅଭାବରୁ ୨ଟି ହସ୍ପିଟାଲରେ ଚାଲିଗଲା ୨୫ ରୋଗୀଙ୍କ ଜୀବନ

1 min read
20 people Died For oxygen shortage In Delhi Jaipur Golden Hospital

ନୂଆଦିଲ୍ଲୀ/ଅମ୍ରିତସର: ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଆଜି ଦିଲ୍ଲୀର ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଯୋଗୁଁ ୨୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ମୃତ୍ୟୁବରଣ କରିଥିବା ସମସ୍ତ ରୋଗୀ ଅକ୍ସିଜେନ୍ ସପୋର୍ଟରେ ଥିଲେ ।

ଅନ୍ୟପଟେ ଜୟପୁର ଗୋଲ୍ଡେନ୍ ହସ୍ପିଟାଲର ଡାକ୍ତର ବାଲୁଜା କହିଛନ୍ତି- ହସ୍ପିଟାଲରେ ଏବେ ମାତ୍ର ଅଧ ଘଣ୍ଟା ଲାଗି ଅକ୍ସିଜେନ୍ ମହଜୁଦ୍ ରହିଛି । ହସ୍ପିଟାଲରେ ୨୦୦ରୁ ଅଧିକ ରୋଗୀ ରହିଛନ୍ତି । ସେହିଭଳି ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଥିବାବେଳେ ଦିଲ୍ଲୀ ସରକାର ୫୦୦ ଲିଟର ଅକ୍ସିଜେନ୍ ଦେଇଛନ୍ତି ।

ଅନ୍ୟପଟେ ପଞ୍ଜାବର ଅମ୍ରିତସର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୫ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି । ହସ୍ପିଟାଲରେ ବିଗତ ୪୮ ଘଣ୍ଟା ହେଲା ଅକ୍ସିଜେନ୍ ନିଅଣ୍ଟ ରହିଛି । ତେବେ ହସ୍ପିଟାଲର କହିବା କଥା ପ୍ରଶାସନକୁ ନିବେଦନ ସତ୍ତ୍ୱେ ଅକ୍ସିଜେନ୍ ମିଳୁନି । ପ୍ରଥମେ ସରକାରୀ ଓ ପରେ ଘରୋଇ ହସ୍ପିଟାଲକୁ ଅକ୍ସିଜେନ୍ ଦିଆଯିବ ବୋଲି ପ୍ରଶାସନ କହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

Leave a Reply