ଅକ୍ସିଜେନ୍ ଅଭାବରୁ ୨ଟି ହସ୍ପିଟାଲରେ ଚାଲିଗଲା ୨୫ ରୋଗୀଙ୍କ ଜୀବନ
1 min readନୂଆଦିଲ୍ଲୀ/ଅମ୍ରିତସର: ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଆଜି ଦିଲ୍ଲୀର ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଯୋଗୁଁ ୨୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ମୃତ୍ୟୁବରଣ କରିଥିବା ସମସ୍ତ ରୋଗୀ ଅକ୍ସିଜେନ୍ ସପୋର୍ଟରେ ଥିଲେ ।
Delhi | Oxygen supply to last only half an hour now, more than 200 lives are at stake. We lost 20 people due to an oxygen shortage last night: DK Baluja, Jaipur Golden Hospital
— ANI (@ANI) April 24, 2021
ଅନ୍ୟପଟେ ଜୟପୁର ଗୋଲ୍ଡେନ୍ ହସ୍ପିଟାଲର ଡାକ୍ତର ବାଲୁଜା କହିଛନ୍ତି- ହସ୍ପିଟାଲରେ ଏବେ ମାତ୍ର ଅଧ ଘଣ୍ଟା ଲାଗି ଅକ୍ସିଜେନ୍ ମହଜୁଦ୍ ରହିଛି । ହସ୍ପିଟାଲରେ ୨୦୦ରୁ ଅଧିକ ରୋଗୀ ରହିଛନ୍ତି । ସେହିଭଳି ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଥିବାବେଳେ ଦିଲ୍ଲୀ ସରକାର ୫୦୦ ଲିଟର ଅକ୍ସିଜେନ୍ ଦେଇଛନ୍ତି ।
Amritsar | Five patients have died at the hospital. We are facing an oxygen shortage for the last 48 hours. The administration is saying that oxygen will not be given to private hospitals before government hospitals: MD, Neelkanth Hospital pic.twitter.com/c4GNeMn86m
— ANI (@ANI) April 24, 2021
ଅନ୍ୟପଟେ ପଞ୍ଜାବର ଅମ୍ରିତସର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୫ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି । ହସ୍ପିଟାଲରେ ବିଗତ ୪୮ ଘଣ୍ଟା ହେଲା ଅକ୍ସିଜେନ୍ ନିଅଣ୍ଟ ରହିଛି । ତେବେ ହସ୍ପିଟାଲର କହିବା କଥା ପ୍ରଶାସନକୁ ନିବେଦନ ସତ୍ତ୍ୱେ ଅକ୍ସିଜେନ୍ ମିଳୁନି । ପ୍ରଥମେ ସରକାରୀ ଓ ପରେ ଘରୋଇ ହସ୍ପିଟାଲକୁ ଅକ୍ସିଜେନ୍ ଦିଆଯିବ ବୋଲି ପ୍ରଶାସନ କହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।