ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼, ୬ ବର୍ଷରେ ୮ ନୂଆ ମେଡିକାଲ କଲେଜ୍
ଭୁବନେଶ୍ବର: ରାଜ୍ୟରେ ନିର୍ମାଣ ହେବ ୨୦ଟି ସୁପରସ୍ପେଶିଆଲିଟି ହସ୍ପିଟାଲ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ସୁଦୃଢ ହୋଇଛି ସ୍ବାସ୍ଥ୍ୟସେବା ଭିତ୍ତିଭୂମି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ “ପ୍ରତିଟି ଜୀବନ ମୂଲ୍ୟବାନ” ମନ୍ତ୍ରକୁ ସାକାର ହେଉଛି। ୬ବର୍ଷ ମଧ୍ଯରେ ୮ଟି ନୂଆ ମେଡିକାଲ କଲେଜ୍ ହୋଇଛି।
୯୬.୫ ଲକ୍ଷ ପରିବାରକୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ୭ଶହ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା ରହିଛି। ୯୮ ପ୍ରତିଶତ ହିତାଧିକାରୀଙ୍କ ମତାମତ ସନ୍ତୋଷଜନକ ରହିଛି। ୨୦୦୦ମସିହାରେ ଲୋକଙ୍କ ପାଖରେ ବଥ ଅପରେସନ୍ ପାଇଁ ପଇସା ନଥିଲା, ଏବେ ଆପୋଲୋରେ ମାଗଣାରେ ବାଇପାସ ସର୍ଜରୀ କରାଯାଉଛି। କେବଳ ସ୍ବାସ୍ଥ୍ୟ ନୁହେଁ ଗତ ୨୩ ବର୍ଷରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ବିକାଶ ହୋଇଛି।
ସେହିପରି ୨୦୦୦ ମସିହାରେ ରାଜ୍ୟରେ ୩ଟି ୟୁନିଭର୍ସିଟି ଥିବା ବେଳେ ଏବେ ଏହି ସଂଖ୍ୟା ୩୫ରେ ପହଞ୍ଚିଛି। ସେତେବେଳେ ୯ ଭାଗ ଜଳସେଚିତ ଜମି ଥିବା ବେଳେ ଏବେ ୬୦ ଭାଗ ଜମିକୁ ଜଳସେଚନ କରାଯାଉଛି। ୨୦୦୦ ମସିହାରେ ଶିଳ୍ପ କହିଲେ ନାଲକୋ, ସେଲ୍ ଥିଲା ଏବେ କଳିଙ୍ଗନଗର, ଝାରସୁଗୁଡ଼ା, ଅନୁଗୁଳ, ପାରାଦୀପ, ଖୋର୍ଦ୍ଧା ଇଣ୍ଡଷ୍ଟ୍ରିଆଲ୍ କରିଡର ପାଲଟିଛି। ସେହିପରି ଏବେ ବିପର୍ଯ୍ୟୟ ପ୍ରଶମନରେ ଭାରତ ଏକ ନମ୍ବର ହୋଇଛି। ୨୦୦୦ ମସିହାରେ ରାଜ୍ୟ ଧାନ ମାଗୁଥିବା ବେଳେ ଏବେ ଭାରତରେ ତୃତୀୟ ଧାନ ଉତ୍ପାଦନକାରୀ ରାଜ୍ୟ ପାଲଟିଛି। ସେତେବେଳେ ଦୁଇଟି ଜଳଜ ବିଦ୍ୟୁତ କେନ୍ଦ୍ର ଥିବା ବେଳେ ଏବେ ୪୦ଟି ତାପଜ ବିଦ୍ୟୁତ କାରଖାନା ହୋଇଛି।
୨୦୦୦ ମସିହାରେ ୩ ହଜାର କୋଟିର ବଜେଟ୍ ଥିବା ବେଳେ ଏବେ ଅଢ଼େଇ ଲକ୍ଷ କୋଟିର ବଜେଟ୍ ହୋଇଛି । ସେହିପରି ୭୨୦ କିଲୋମିଟରର ରାଜ୍ୟ ରାଜପଥ ଏବେ ୨୩ହଜାର ୨ କିଲୋମିଟରରେ ପହଞ୍ଚିଛି।