ଛୁରୀ ଦେଖାଇ ଲୁଟିନେଲେ ୨୦ ଲକ୍ଷ ଟଙ୍କା ଓ ୮ ଭରି ସୁନା

ନବରଙ୍ଗପୁର: ଛୁରୀ ଦେଖାଇ ୨୦ ଲକ୍ଷ ଟଙ୍କା ଓ ୮ ଭରି ସୁନା ଲୁଟ । ନବରଙ୍ଗପୁର କେଉଟ ସାହିରେ ଡକାୟତି। ଘରେ ପଶି ଛୁରୀ ଦେଖାଇ ଲୁଟ କରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ। ସରୋଜ ମହାନ୍ତି ନାମକ ଜଣେ ବ୍ୟବସାୟୀଙ୍କ ଘରେ ଲୁଟ କରିଛନ୍ତି । ସନ୍ଧ୍ୟାରେ ସରୋଜଙ୍କ ସ୍ତ୍ରୀ ଏକାକୀ ଥିବା ବେଳେ ଘରେ ଦୁଇ ଜଣ ଦୁର୍ବୃତ୍ତ ପଶିଥିଲେ। ଛୁରୀ ଦେଖାଇ ଭୟଭୀତ କରି ତାଙ୍କ ମୁହଁ ଓ ହାତ ବାନ୍ଧି ଦେଇଥିଲେ। ମହିଳା ଜଣଙ୍କ ବେକରୁ ସୁନା ଚେନ, ଓ ମୁଦି ଦେବା ପରେ ଟଙ୍କା କେଉଁଠି ଅଛି ପଚାରି ଆକ୍ରମଣ କରିଥିଲୋ । ପରେ ଆଲମାରୀରେ ଥିବା ୨୦ ଲକ୍ଷ ଟଙ୍କା ଓ ୮ ଭରି ସୁନା ଲୁଟି ନେଇ ପଳାଇଥିଲେ। ଅଭିଯୋଗ ପରେ ଟାଉନ ପୋଲିସ ଘଟଣା ସ୍ଥଳରେ ନବରଙ୍ଗପୁର ଏସପି ମିହିର ପଣ୍ଡା, ଅତିରିକ୍ତ ଏସପି ଓ ଟାଉନ ଥାନା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଏକ ଜନଗହଳି ପୂର୍ଣ ଅଞ୍ଚଳରେ ଏଭଳି ଡ଼କାୟତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।