ପାକିସ୍ତାନରେ ବଡ଼ ଧରଣର ଭୂକମ୍ପ, ୨୦ ଜଣଙ୍କର ମୃତ୍ୟୁ ୨ଶହରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ପାକିସ୍ତାନର ହରନେଇ ଅଞ୍ଚଳରେ ବଡ଼ ଧରଣର ଭୂମିକମ୍ପ। ଭୂକମ୍ପରେ ପାଖାପାଖି ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ରହିଛି। ଆଜି ସକାଳ ପ୍ରାୟ ସାଢେ ୩ଟାରେ ପାକିସ୍ତାନରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରହିଥିଲା। ଏଥିରେ ଅନେକ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଭୂମିକମ୍ପ ହେବା ଫଳରେ ଲୋକମାନେ ଭୟରେ ଘରୁ ବାହାରି ଯାଇଥିଲେ। ତେବେ ସମସ୍ତ ଶୋଇଥିବା ବେଳେ ଭୂମିକମ୍ପ ବୋଇଥିବା କାରଣରୁ ମୃତକଙ୍କ ସଂଖ୍ୟା ବଢିଛି। ଅନେକ ବଡବଡ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଲୋକମାନେ ରାସ୍ତାରେ ଭୟରେ ବସି ରହିଥିବା ଚିତ୍ର ସାମ୍ନାକୁ ଆସିଛି। ତେବେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Leave a Reply