୨୦ କୋଟି ଟୁଇଟର ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍, ଇମେଲ୍ ଆଇଡି ହ୍ୟାକ୍
1 min read
ନନ୍ଦିଘୋଷ ବ୍ୟୁରୋ: ସାବଧାନ ! ସ୍ମଲ ବ୍ଲଗିଂ ସାଇଟରେ ସୁରକ୍ଷିତ ନୁହେଁ ୟୁଜର୍ସଙ୍କ ତଥ୍ୟ । ସାଇବର ଅପରାଧୀଙ୍କ ଟାର୍ଗେଟରେ ସୋସିଆଲ ମିଡିଆ ୟୁଜର । ୨୦ କୋଟି ଟୁଇଟର ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍। ସ୍ମଲ ବ୍ଲଗିଂ ସାଇଟ୍ ଟୁଇଟର ବ୍ୟବହାରକାରୀଙ୍କ ଇ-ମେଲ ଆଇଡି ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ । ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ କରାଯିବା ପରେ ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରାଯାଇଛି ।
ଏତେସଂଖ୍ୟକ ଇ-ମେଲ ହ୍ୟାକିଂ ଯୋଗୁ ଫିସିଂ ଓ ଡକ୍ସିଂ ଭଳି ମାମଲା ବଢ଼ିବ ବୋଲି ଇସ୍ରାଏଲ ସାଇବର ସିକ୍ୟୁରିଟି ମନିଟରିଂ ଫାର୍ମ ହୁଡସନ ଲିଙ୍କଡ-ଇନ୍ ରେ ପୋଷ୍ଟ କରିଛନ୍ତି । ଡାଟା ଲିକର ଦୁଇ ସପ୍ତାହ ପରେ ବି ୟୁଜର୍ସଙ୍କ ଇ-ମେଲ ହ୍ୟାକକୁ ନେଇ ଟ୍ବିଟର ପକ୍ଷରୁ କିଛି ଟିପ୍ପଣୀ ରଖାଯାଇନାହିଁ । ଅନଲାଇନ ହ୍ୟାକିଂ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଇମେଲ ଟ୍ବିଟରରୁ ହିଁ ଚୋରି ହୋଇଛି ବୋଲି ବ୍ରିଚ୍ ନୋଟିଫିକେସନ ସାଇଟ ହାବ ଆଇ ବିନ୍ ପନଡର ନିର୍ମାତା କହିଛନ୍ତି ।
ଏଲନ ମସ୍କଙ୍କ ହାତକୁ ଟ୍ବିଟରର ମାଲିକାନା ଯିବା ପୂର୍ବରୁ ହିଁ ଏହି ଡାଟା ଚୋରି ହୋଇଥିବା ଅନୁମାନ କରାଯାଉଛି ।