ନିଜ ଘରେ ରଖିଥିଲେ ୨୦ଟି ଅଜଗର, ୫୮୫ଟି ମୂଷା ଓ ୪୬ଟି ଠେକୁଆ, ଶେଷରେ ହେଲା ଏମିତି ଅବସ୍ଥା

1 min read

ଆମେରିକା: ନିଜ ଘରେ ୨୦ ଟି ଅଜଗର ସାପ ରଖିଥିବାରୁ Martin Bone ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଆମେରିକାର ବାସିନ୍ଦା ମାର୍ଟିନ ନିଜ ଘରେ ୨୦ଟି ସାପ ରଖୁଥିବା ଖବର ଏବେ ଖୁବ ଭାଇରାଲ ହେଉଛି ।

ଅନେକ ମୂଷା ଏବଂ ଠେକୁଆ ମଧ୍ୟ ଉଦ୍ଧାର

ଅଜଗର ସହିତ ଅନେକ ମୂଷା ଏବଂ ଠେକୁଆ ମଧ୍ୟ ଉଦ୍ଧାର କଲା ପୋଲିସ । ୨୦ଟି ଅଜଗର ସହିତ ୫୮୫ଟି ମୂଷା ଏବଂ ୪୬ଟି ଠେକୁଆକୁ ଉଦ୍ଧାର କରାଯାଇଛି । ବିଷାକ୍ତ ଜୀବଜନ୍ତୁ ମାନଙ୍କୁ ଘରେ ରଖୁଥିବା କାରଣରୁ ମାର୍ଟିନଙ୍କ ଉପରେ ୨୦ରୁ ବି ଅଧିକ ଦଫା ଲଗାଯାଇଛି । କେବଳ ସେତିକି ନୁହେଁ ୧୦ ଟି ଅଜଗରର ଲମ୍ବ ୧୦ ଫୁଟରୁ ଅଧିକ ଥିବା ଜଣାପଡ଼ିଛି ।

ଅଣ୍ଡରକଭର ଏଜେଣ୍ଡକୁ ବିକିଥିଲା ଅଜଗର

ଡିଟେକଟିଭ କେନ ହେନସନଙ୍କ କହିବା ମୁତାବକ ଏକ ଅଣ୍ଡରକଭର ଏଜେଣ୍ଡ ଫେସବୁକ ମାଧ୍ୟମରେ ମାର୍ଟିନ ସହ ଯୋଗାଯୋଗ କରିଥିଲେ ଏବଂ ଗୋଟିଏ ଅଜଗର କିଣିଥିଲେ । ସୂଚନା ଅନୁଯାୟୀ ଏହି ଅଜଗର ସାପ ଗୁଡ଼ିକ ଘରେ ବେଡ ଉପରେ ପଡ଼ି ରହୁଥିଲେ ।

ପରମିଟ ଅପଡେଟ କରିନଥିଲେ ମାର୍ଟିନ

ABC4.Com ମୁତାବକ, ମାର୍ଟିନ ଏହି ଅଜଗରଙ୍କୁ ରଖିବା ପାଇଁ ପରମିଟ ମଧ୍ୟ ଅପଡେଟ କରିନଥିଲା । ଏହି ବିଷାକ୍ତ ଜୀବଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ମାର୍ଟିନଙ୍କୁ ପୋଲିସ ଗିରଫ କରିଥିଲା । ଏହି ସମସ୍ତ ଜୀବଜନ୍ତଙ୍କୁ ଯାଞ୍ଚ ପାଇଁ ପଠାଯିବ, ଯେଉଁଠି ଏହା ଜଣାପଡ଼ିବ ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଅଛି ନାହିଁ ।

Leave a Reply