ସବୁଦିନ ପାଇଁ ଅନ୍ଧାରରେ ହଜିଗଲା ସୁଜିତ୍ ୱିଲସନ

1 min read

ତାମିଲନାଡ଼ୁ: ଜୀବନ ଯୁଦ୍ଧରେ ହାରିଗଲା ୱିଲସନ । ଦୀର୍ଘ ୪ଦିନର ଅକ୍ଳାନ୍ତ ପରିଶ୍ରମ ପରେ ସୁଜିତ ୱିଲସନ ପାଖରେ ପହଞ୍ଚି ଥିଲେ ଉଦ୍ଧାରକାରୀ ଦଳ ।ଶିଶୁଟିକୁ ଉଦ୍ଧାର ମଧ୍ୟ କରିଥିଲେ କିନ୍ତୁ ଜୀବିତ ନୁହେଁ ମୃତ । ଅକ୍ଟୋବର ୨୫ରୁ ବୋରୱେଲ ଫସି ରହିଥିବା ୱିଲସନଙ୍କ ମୃତଦେହକୁ ଆଜି ଭୋରରେ ଉଦ୍ଧାର କରାଯାଇଛି  ।

ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲାର ନାଦୁକଟ୍ଟୁପଟ୍ଟି ଠାରେ ବୋରୱେଲ ପଡିଯାଇଥିବା ଶିଶୁର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଶିଶୁକୁ ଉଦ୍ଧାର କରିବା ପାଇଁ ୪ର୍ଥ ଦିନରେ ସୋମବାର ପ୍ରକ୍ରିୟା ଜାରି ରହିଥିଲା । ମାତ୍ର ଏନଡିଆରଏଫ, ଏସଡିଆରଏଫ, ରାଜ୍ୟ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନର ଅନେକ ଟିମର ୮୦ ଘଣ୍ଟାର ଉଦ୍ୟମ ବିଫଳ ହୋଇଛି ।

ସୂଚନାଯୋଗ୍ୟ ୨ ବର୍ଷର ଶିଶୁ ସୁଜିତ ୱିଲସନ ଖେଳୁଥିବା ସମୟରେ ଅଜାଣତରେ କୂଅରେ ପଡ଼ିଯାଇଥିଲା । ଏହି ଘଟଣା ଗତ ଶୁକ୍ରବାର ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଘଟଣା ପରେ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ଏବାବଦରେ ସୂଚନା ଦେଇଥିଲେ । ସୁଜିତକୁ ଉଦ୍ଧାର ପାଇଁ ସମସ୍ତେ ଉଦ୍ୟମ କରିଥିଲେ ବି ତାକୁ ବଞ୍ଚାଇ ଯାଇ ପାରିନାହିଁ । ')}

Leave a Reply