ଦୁନିଆର ପ୍ରଥମ ଦେଶ ଭାବେ ୨ ବର୍ଷରୁ ଛୁଆଙ୍କୁ କରୋନା ଟିକା ଦେଲା କ୍ୟୁବା

2 Years Old Child Gets Coronavirus Vaccines In Cuba First In World

ନୂଆଦିଲ୍ଲୀ: ଛୁଆଙ୍କୁ କରୋନା ଟିକା ଦେବା ନେଇ ଦୁନିଆ ବ୍ୟାପୀ ଏବେ ଅଧ୍ୟୟନ କିମ୍ବା ପରୀକ୍ଷଣ ଜାରି ରହିଛି । ଭ୍ୟାକ୍ସିନକୁ ଛୁଆଙ୍କ ରୋଗ ପ୍ରତିଶେଧକ କ୍ଷମତା ଉପରେ ପରୀକ୍ଷଣ କରି ସେମାନଙ୍କ ଲାଗି ସୁରକ୍ଷିତ କରାଯାଉଛି । ବଡ଼ ବଡ଼ ରାଷ୍ଟ୍ର ଛୁଆଙ୍କ ଟିକାକରଣ ଆରମ୍ଭ କରିନଥିବା ବେଳେ କ୍ୟୁବା ନେଇଛି ବଡ଼ ପଦକ୍ଷେପ । ପୂର୍ବରୁ କ୍ୟୁବାରେ ୧୨ ବର୍ଷରୁ ଅଧିକ ବୟସର ଛୁଆଙ୍କୁ କରୋନା ଟିକା ଦିଆଯାଇଥିଲା । ଏବେ ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ ଟିକାକରଣ ଆରମ୍ଭ ହୋଇଛି । ୨ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାରେ କ୍ୟୁବା ଦୁନିଆରେ ପ୍ରଥମ ।

ମିଡିଆ ରିପୋର୍ଟ ଅନୁସାରେ, ଏବେ କ୍ୟୁବାରେ ଲୋକଙ୍କୁ ୨ ପ୍ରକାରର କରୋନା ଟିକା ଦିଆଯାଉଛି । ଅବଦଲା ଓ ସୋବେରନା ଟିକା କ୍ୟୁବାରେ ଦିଆଯାଉଛି । ଛୁଆଙ୍କ ଉପରେ ମଧ୍ୟ ଏହି ଟିକାର ମେଡିକାଲ ପରୀକ୍ଷଣ ସରିଛି । ତେବେ ଏହି ୨ ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ପର୍ଯ୍ୟନ୍ତ ଅନୁମତି ଦେଇ ନାହିଁ ।

କ୍ୟୁବାରେ ସେପ୍ଟେମ୍ବର ୩ରୁ ୧୨ ବର୍ଷରୁ ଅଧିକ ବୟସ୍କ ଛୁଆଙ୍କୁ ଟିକା ଦେବା ଆରମ୍ଭ ହୋଇଥିଲା । ଏହାପରେ ସୋମବାର ୨ରୁ ୧୧ ବର୍ଷ ବୟସ୍କ ଛୁଆଙ୍କୁ ଟିକା ଦିଆଯାଉଛି । ଏବେ ଦୁନିଆରେ ଛୁଆଙ୍କୁ ଟିକା ଦେବା ନେଇ ପରୀକ୍ଷଣ ଚାଲିଛି । ଚୀନ, ୟୁଏଇ ଓ ଭେନଜୁଏଲା ଭଳି ଦେଶ ଛୁଆଙ୍କୁ କରୋନା ଟିକା ଦେବା ନେଇ ଘୋଷଣା କରି ଥିବାବେଳ ଟିକାକରଣ ଆରମ୍ଭ ହୋଇନାହିଁ । ଭାରତରେ ମଧ୍ୟ ୧୨ ବର୍ଷରୁ ଊର୍ଦ୍ଧ୍ୱ ଛୁଆଙ୍କୁ ଟିକା ଦେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜାଇଡସ୍ କ୍ୟାଡିଲାର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଛି ।

Leave a Reply