କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା, ୩୨ ଘଣ୍ଟା ପରେ ବାହାରିଲା ମୃତଦେହ

ଗଜପତି: ଗଜପତି ମୋହନା ଥାନା ବନ୍ଧାଗୁଡାଗାଁରେ କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା । ପ୍ରଶାସନର ଦୀର୍ଘ ୩୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ପଥର ତଳୁ ବାହାରିଲା ମାମୁ ଓ ଭଣଜାଙ୍କ ମୃତଦେହ । ମୋହନା ଅତିରିକ୍ତ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ପୋଲିସ ଏବଂ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ବିଳମ୍ବିତ ରାତିରେ ପଥର ତଳୁ ମୃତଦେହ ଦୁଇଟିକୁ ବାହାର କରିବାରେ ସଫଳ ହୋଇଥିଲେ । ଶବ ଉଦ୍ଧାର ପରେ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି ।