ପୁରୀରେ ସମୁଦ୍ର ସ୍ନାନ ବେଳେ ପୁଣି ଅଘଟଣ, ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଲେ ୨ ପର୍ଯ୍ୟଟକ

ପୁରୀ: ପୁରୀରେ ସମୁଦ୍ର ସ୍ନାନ ବେଳେ ପୁଣି ଅଘଟଣ । ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଲେ ୨ ବଙ୍ଗୀୟ ପର୍ଯ୍ୟଟକ । ୧୩ ନମ୍ବର ସେକ୍ଟର ଜୋନରେ ସମୁଦ୍ରରେ ସ୍ନାନ ବେଳେ ପଶ୍ଚିମବଙ୍ଗରୁ ଆସିଥିବା ୨ ପର୍ଯ୍ୟଟକ ସମୁଦ୍ର ଭିତରକୁ ପଳାଇଥିଲେ । ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହପରି ନିଖୋଜ ଥିବା ଅନ୍ୟ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।