ସାମାନ୍ୟ କମିଲା ଶୀତ: ଆଉ ୨ରୁ୩ ଡିଗ୍ରୀ ତାପମାତ୍ରା ବଢ଼ିପାରେ

ଭୁବନେଶ୍ୱର: ମିଳିଲା ଆଶ୍ୱସ୍ତି ସାମାନ୍ୟ କମିଲା ଶୀତ । ଗତକାଲି ଅସହ୍ୟଜାଡରେ ସାମାନ୍ୟ ସୁଧାର ଆସିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢିବା ସହିତ ଶୀତ କମିଛି । ଆସନ୍ତାକାଲି ମଧ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଏହା ପରେ ଭିଜିବ ଓଡ଼ିଶା । କାରଣ ପ୍ରବଳ ଜାଡ଼ ପରେ ଆସୁଛି ବର୍ଷା । ଆଗକୁ ତାପମାତ୍ରା ବଢିବା ସହିତ କିଛି ଜିଲ୍ଲାରେ କୋହଳା ପାଗ ଜାରି ରହିବ ।

କେତେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ପରେ ପାଗ ବଦଳିବା ସହିତ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୮ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ।

Leave a Reply