ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା, ନିଜସ୍ବ ସମ୍ବଳ ସୃଷ୍ଟି କରିଛନ୍ତି ୨ ହଜାର ୨୬୯ ପଞ୍ଚାୟତ

1 min read

ଭୁବନେଶ୍ୱର: ସୁରୁଖୁରୁରେ ଚାଲିଛି ବିଧାନସଭା ବଜେଟ ଅଧିବେଶନ । ସରକାରୀ ଅନୁଦାନ ବ୍ୟତୀତ ଗ୍ରାମ ପଞ୍ଚାୟତରେ ଅତିରିକ୍ତ ସମ୍ବଳ ସଂଗ୍ରହ କରି କରାଯାଉଛି ବିକାଶମୂଳକ କାର୍ଯ୍ୟ । ୨୦୧୯-୨୦ ଓ ୨୦୨୦-୨୧ରେ ନିଜସ୍ବ ସମ୍ବଳ ସୃଷ୍ଟି କରିଛନ୍ତି ୨୨୬୯ ଗ୍ରାମ ପଞ୍ଚାୟତ । ଏହି ସବୁ ପଞ୍ଚାୟତ ୨୦୧୯-୨୦ରେ ୪୨.୧୩ କୋଟି ଓ ୨୦୨୦-୨୧ରେ ୪୩.୧୪ କୋଟି ଅତିରିକ୍ତ ସମ୍ବଳ ସୃଷ୍ଟି କରୀ ଗ୍ରାମ ପଞ୍ଚାୟତ ବୈଠକରେ ଅନୁମୋଦନ ପାଇଥିବା ପ୍ରସ୍ତାବରେ ଖର୍ଚ୍ଚ କରାଯାଉଛି । ଏନେଇ ଗୃହକୁ ଅବଗତ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।

ସେହିପରି ୨୦୨୪ ଶେଷ ସୁଦ୍ଧା ପ୍ରତି ଜିଲ୍ଲା, ପ୍ରତି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଯେଉଁ ଉପାନ୍ତ ଅପହଞ୍ଚ ଗାଁକୁ ପାଣି ଯୋଗାଣରେ ସମସ୍ୟା ରହିଛି, ସେଠାରେ ଏକକ ଗ୍ରାମ ଯୋଜନାରେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ଉତ୍ତର ରଖିଛନ୍ତି ।