ଦୁର୍ଘଟଣାରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ, ଜଣେ ଗୁରୁତର

ବାଙ୍କୀ: ଦୁର୍ଘଟଣାରେ ଦୁଇଛାତ୍ର ମୃତ, ଜଣେ ଗୁରୁତର ଆହତ । ବାଙ୍କୀ – କଟକ ରାସ୍ତାର ରଣଶଙ୍ଖ ନିକଟରେ ବାଇକ ଓ ପିକଅପ୍‌ ଭ୍ୟାନ ଧକ୍କାରେ ୨ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ  ଘଟିଛି । ଗୁରୁତର ଆହତ ଜଣେ ଛାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଛି । ହରିରାଜପୁର ହାଇସ୍କୁଲର ତିନିଜଣ ଛାତ୍ର ସକାଳୁ ଚକୁଳେଶ୍ୱର ଗାଁରୁ ଟିଉସନ ସାରି ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।