ପୁଣି ଆମେରିକା ସ୍କୁଲରେ ଫୁଟିଲା ଗୁଳି, ଦୁଇ ଛାତ୍ର ମୃତ

ଆମେରିକା: ପୁଣି ଆମେରିକାର ଏକ ସ୍କୁଲରେ ଫୁଟିଛି ଗୁଳି । ଏଥର ଗୁଳିକାଣ୍ଡରେ ୨ ନିରୀହ ଶିଶୁଙ୍କର ଜୀବନ ଯାଇଛି । ଡେସ୍ ମୋଇନେସ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି ।

ଗତ ସୋମବାର ଆମେରିକାର ଆଇଓ୍ବା ଚାର୍ଟର ସ୍କୁଲରେ ପିଲାମାନେ ଖେଳୁଥିଲେ । ଏହି ସମୟରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ଦୁଇଜଣ ଛାତ୍ର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା ।

ଦୁଇ ଛାତ୍ରଙ୍କ ସମେତ ଜଣେ ଶିକ୍ଷକଙ୍କ ଦେହରେ ବି ଗୁଳି ବାଜିଥିଲା । ତାଙ୍କ ଦେହରୁ ଗୁଳି କଢ଼ାଯାଇଥିଲେ ବି ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।