+୨ ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ, କଲେଜ ସାରି ଘରକୁ ଫେରୁଥିବାବେଳେ ପୋଲ ତଳକୁ ଡେଇଁପଡ଼ିଲେ

ସାଲେପୁର: ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ । ନିଶ୍ଚିନ୍ତକୋଇଲି ବରପଡ଼ା ବ୍ରିଜ ଉପରୁ ଲୁଣା ନଦୀକୁ ଡେଇଲେ କଲେଜ ଛାତ୍ରୀ । ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ବନ୍ଧକାଟିଆ ଫତେପୁର ଗାଁର ପତନ ମହାନ୍ତିଙ୍କ ଝିଅ ରୋନାଲି ମହାନ୍ତି ।

ସବୁଦିନ ପରି ଆଜି ମଧ୍ୟ କଲେଜରୁ ଫେରିବା ବେଳେ ବରପଡ଼ା ବ୍ରିଜ ଉପରୁ ଛାତ୍ରୀ ଜଣଙ୍କ ଡେଇଁ ପଡିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ନଦୀରେ କେହି ଜଣେ ଭାସୁଥିବାର ଦେଖି ପୋଲିସକୁ ସୂଚନା ଦେଇଥିଲେ ।

 

ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନଈରେ ଛାତ୍ରୀଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଝିଅର କୌଣସି ପତ୍ତା ମିଳିନାହିଁ । ଦମକଳ ବାହିନୀର ଉଦ୍ୟମ ଜାରି ରହିଛି ।

ସାଇକେଲ ସହ କଲେଜ ବ୍ୟାଗ୍ ଓ କଲେଜ ଆଇ କାର୍ଡ ବ୍ରିଜ ଉପରେ ଥୁଆ ହୋଇଥିବା ଦେଖିବାକୁ ମିଳିଛି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଠେଲି ଦେଇଛନ୍ତି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଛାତ୍ରୀ ଜଣକ ସ୍ଥାନୀୟ ବଲ୍ଲଭ ଦେବୀ ମହିଳା ମହାବିଦ୍ୟାଳୟ ରେ +୨ ଶ୍ରେଣୀରେ ପାଠ ପଢ଼ୁଥିଲେ ।

 

Leave a Reply