ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଘଟଣ । ପୋଖରୀପୁଟରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ । ଏୟାରଫିଲ୍ଡ ଅଞ୍ଚଳରେ ଥିଲବା ପୋଖରୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଗଣ୍ଡମୁଣ୍ଡା ହାଇସ୍କୁଲର ଶୁଭମ ଜେନା ଓ ପ୍ରକାଶ ମହାରଣା । ଉଭୟ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଟିଉସନ ସାରି ୪ଜଣ ସାଙ୍ଗଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ବୁଡ଼ିଯାଇ ଥିଲେ ଦୁଇଛାତ୍ର । ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କ୍ୟାପିଟାଲ ହସପିଟାଲରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଛି । ସେପଟେ ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା। ରବିବାର ସ୍କୁଲ ଛୁଟି ରହିଥିବାବେଳେ ସେମାନେ ସକାଳେ ଟ୍ୟୁସନ ଯାଇଥିଲେ । ୪ଜଣ ସାଙ୍ଗ ହୋଇ ଫେରୁଥିଲେ । ପୋଖରୀରେ ଗାଧୋଇବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଦୁଇଜଣ ସୁରକ୍ଷିତଭାବେ ଉଦ୍ଧାର ହୋଇଛନ୍ତି ।