ଜମ୍ମୁକାଶ୍ମୀରରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ୨ ଯବାନ ସହିଦ
ଶ୍ରୀନଗର : ଜମ୍ମୁକାଶ୍ମୀରର ନାଓସେରା ସୁନ୍ଦରବନୀ ସେକ୍ଟରରେ ଏଲଓସି ନିକଟରେ ଲ୍ୟାଣ୍ଡମାଇନ ବ୍ଲାଷ୍ଚ ଯୋଗୁଁ ୨ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ ଏଲଓସିଠାରେ ଆରମି ଦଳ ଯିବା ସମୟରେ ଲ୍ୟାଣ୍ଡମାଇନ ଉପରେ ପାଦ ପଡ଼ିଯିବା ପରେ ବ୍ଲାଷ୍ଟ ହୋଇଥିଲା । ଯେଉଁଥିରେ ଜଣେ ସିନିୟର ଅଫିସରଙ୍କ ସମେତ ଜଣେ ଯବାନ ସହିଦ ହୋଇଥିଲେ । ଦୁଇ ଜଣ ଗୁରୁତର ଆହତ ହେବା ସଙ୍ଗେ ସଙ୍ଗେ ଆହତ ଯବାନମାନଙ୍କୁ ସୈନିକ ଡାକ୍ତରଖାନା ପଠାଯାଇଥିଲା ।
କହିରଖୁ କି କିଛି ଦିନ ତଳେ ପୁଞ୍ଜ ଜଙ୍ଗଲରେ ଆତଙ୍କୀ ଆକ୍ରମଣ ହେତୁ ଜଣେ ଅଫିସରଙ୍କ ସମେତ ୯ ଜଣ ଯବାନ ସହିଦ ହୋଇଥିଲେ । କୁହାଯାଉଛି କି ସେହି ଅଞ୍ଚଳର ଏହା ସବୁଠୁ ଲମ୍ବା ସମୟର ଆତଙ୍କୀବାଦ ଆକ୍ରମଣ । ଆତଙ୍କବାଦୀମାନେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିଲେ ବୋଲି ଜଣେ ଅଫିସର ସୂଚନା ଦେଇଛନ୍ତି ।
ସୂଚନାରୁ ପ୍ରକାଶଯେ ନାଓସେରା ସେକ୍ଟର ରାଜୋରି ଜିଲ୍ଲାସ୍ଥିତ ଜମ୍ମୁର ପିପଞ୍ଜଲ ଅଞ୍ଚଳରେ ଗତ ତିନି ସପ୍ତାହ ଧରି ଆରମି ଅପରେସନ ଚାଲିଥିଲା । ଏହାର ଖବର ପାଇ ଆତଙ୍କବାଦୀ ଦଳ ସେଠାରେ ପହଞ୍ଚି ସୁଯୋଗ ଦେଖି ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୨ ଯବାନଙ୍କ ସହ ତିନି ଜଣ ଆହତ ହୋଇଥିଲେ ।