ବିଏସ୍‌ଏଫ୍ ଯବାନଙ୍କ ଉପରେ ଆମ୍ୱୁଶ ଆକ୍ରମଣ, ୨ ସୈନିକ ଶହୀଦ

1 min read

ନୂଆଦିଲ୍ଲୀ: ତ୍ରିପୂରା ନିକଟ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) ଉପରେ ଆକ୍ରମଣ । ଏନ୍ଏଲ୍‌ଏଫ୍‌ଟି ଆତଙ୍କବାଦୀ ସଂଗଠନ ପକ୍ଷରୁ ଆମ୍ୱୁଶ ଆକ୍ରମଣରେ ୨ ସେନା ଶହୀଦ । ଢାଲାଇ ଜିଲ୍ଳାରେ ସକାଳ ୬.୩୦ ମିନିଟ ସମୟରେ ସୀମା ସୁରକ୍ଷା ବଳ ଉପରେ ଆମ୍ୱୁଶ ଆକ୍ରମଣ ହୋଇଥିଲା । ଏଥିରେ ଶହୀଦ ହୋଇଥିବା ବିଏସ୍ଏଫ୍ ଯବାନ ସବ୍ ଇନ୍ସପେକ୍ୱର ରାଙ୍କ୍‌ର ବୋଲି ଜଣାପଡ଼ିଛି । ତେବେ ଏହାର ଜାବାବରେ ବିଏସ୍ଏଫ୍‌ ଯବାନଙ୍କ ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା । ଢାଲାଇ ଜିଲ୍ଲାର ଚାଓ୍ୱମାନୁ ପୋଲିସ ଷ୍ଟେସନ ଅଧିନରେ ଏହି ଆକ୍ରମଣ ଘଟିଥିଲା । ଭାରତ-ବାଂଲାଦେଶସୀମା ମୋଟ ୪ହଜାର ୯୬ କିଲୋମିଟରର ହୋଇଥିବା ବେଳେ ୮୫୬ କିଲୋମିଟର ଅଞ୍ଚଳରେ ତ୍ରିପୁରା ରହିଛି । ତେବେ ଏହି ଆକ୍ରମଣରେ ସବ୍‌ ଇନ୍ସପେକ୍ଟର ଭୁରୁ ସିଂହ ଓ କନଷ୍ଟେବଳ ରାଜ କୁମାର ଶହୀଦ ହୋଇଛନ୍ତି । ତେବ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ରହିଛି । ତେବେ ଶହୀଦ ଯବାନଙ୍କ ଅସ୍ତ୍ରଶସ୍ତ୍ର ନ୍ୟାସନାଲ ଲିବରେଣ୍ଟ ଫ୍ରଣ୍ଟ ଅଫ୍ ତ୍ରିପୁରା ଆତଙ୍କବାଦୀ ସଂଗଠନ ପକ୍ଷରୁ ନିଆଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଯୋଦ୍ଧା-ଆକବର ଉଦାହରଣ ଦେଇ ହାଇକୋର୍ଟ କହିଲେ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଠିକ୍ ନୁହେଁ

 

Leave a Reply