ରାଜଧାନୀରୁ ୨ ହାତୀ ଦାନ୍ତ ଚୋରା ଚାଲାଣକାରୀ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ହାତୀ ଦାନ୍ତ ଜବତ । ମୈତ୍ରୀବିହାର ଥାନା ପୋଲିସ ହାତରେ ହାତୀ ଦାନ୍ତ ଚୋରା ଚାଲାଣକାରୀ। ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସନ୍ଧ୍ୟାରେ ପାଟ୍ରୋଲିଙ୍ଗ ସମୟରେ ଖବର ପାଇଁ ସୈନିକ ସ୍କୁଲ ନିକଟରେ ବ୍ଲକିଙ୍ଗ କରି ଧରିଲା ପୋଲିସ । ଅଭିଯୁକ୍ତଙ୍କ ଠାରୁ ୩ କିଲୋ ଓଜନର ଖଣ୍ଡେ ହାତୀ ଦାନ୍ତ ଜବତ ହୋଇଛି । ଏହାସହ ୩ଟି ମୋବାଇଲ, ଲୁନା ଗାଡି ମଧ୍ୟ ଜବତ କରାଯାଇଛି ।

ଦୁଇ ଚୋରା ଚାଲାଣକାରୀ ହେଉଛନ୍ତି ଗିରିଶ କୁମାର ନାୟକ, ଦୀପକ ସାହୁ । ଦୁଇ ଅଭିଯୁକ୍ତ ଓ ଖଣ୍ଡେ ହାତୀ ଦାନ୍ତକୁ ବନ ବିଭାଗକୁ ହସ୍ତାନ୍ତର କଲା ପୋଲିସ ।