ଗାଧୋଇବାବେଳେ ପୋଖରୀରେ ବୁଡିଗଲେ ଦୁଇ ଭଉଣୀ

କଟକ: ସାଲେପୁର ନିଶ୍ଚିନ୍ତକୋଇଲି ସୁକରପଡାରେ ଅଭାବନୀୟ ଘଟଣା । ପୋଖରୀରରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଗାଧୋଇବା ବେଳେ ବୁଡିଯାଇଥିଲେ ଦୁଇ ଭଉଣୀ । ମୃତ ଦୁଇ ନାବାଳିକା ହେଲେ ସେହି ଗ୍ରାମର ଲିପସିତା ପଣ୍ଡା ଓ ଇପସିତା ପଣ୍ଡା । ଲିପସିତାଙ୍କୁ ୯ ବର୍ଷ ହୋଇଥିବା ବେଳେ ଇପସିତାଙ୍କ ବୟସ ୫ବର୍ଷ । ଏକାଠି ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ଉଭୟଙ୍କ ମୃତ୍ୟୁ ହୋଇଛି ।