ରାତିରେ ଶୋଇଥିବା ବେଳେ ମାଡ଼ି ଆସିଲା ମୃତ୍ୟୁ, ସାପ କାମୁଡ଼ାରେ ୨ ଭଉଣୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭଉଣୀ । ଘରେ ଶୋଇଥିବା ବେଳେ ମାଡ଼ି ଆସିଲା ମୃତ୍ୟୁ । ଏଭଳି ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଉଲୁଣ୍ଡା ଥାନା ପଞ୍ଚମହଲା ଗାଁରେ । ସାପ କାମୁଡାରେ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ପଞ୍ଚମହଲା ଗାଁର ଗୋପାଲ ଜଗଦଲାଙ୍କ ଦୁଇ ଝିଅ ଅର୍ଚ୍ଚିତା ଏବଂ ନିକିତା । ଗତ କାଲି ଦୁଇ ଭଉଣୀ ବାପା ମାଙ୍କ ସହିତ ଗୋଟିଏ ଘରେ ଶୋଇଥିଲେ ।

ବିଳମ୍ବିତ ରାତିରେ ବିଷଧର ସାପ ଅର୍ଚ୍ଚିତାଙ୍କ କାନରେ ଏବଂ ନିକିତାଙ୍କ ଗୋଡରେ କାମୁଡ଼ି ଦେଇଥିଲା । ପରିବାର ଲୋକେ ସାପ କାମୁଡ଼ିଥିବା ଜାଣିବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୋନପୁର ପୋଲିସ ଦୁଇ ଭଉଣୀଙ୍କ ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରିଛି ।

Leave a Reply