ଚନ୍ଦକା ଅଞ୍ଚଳରୁ ଦୁଇ ସ୍କୁଲ ଛାତ୍ର ନିଖୋଜ ଘଟଣା, ଟିଟିଲାଗଡ଼ ସଇଁତଳା ଅଞ୍ଚଳରୁ ଉଭୟ ଉଦ୍ଧାର

ଭୁବନେଶ୍ୱର: ଚନ୍ଦକା ଅଞ୍ଚଳରେ ସ୍କୁଲ ଯାଇ ଦୁଇ ଛାତ୍ର ନିଖୋଜ ଘଟଣା । ଟିଟିଲାଗଡ଼ରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁଇ ଛାତ୍ର ହେଲେ ଚନ୍ଦକାର ପୃଥ୍ବୀରାଜ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଛାତ୍ରଙ୍କ କହିବା ଅନୁସାରେ ଗତ କାଲି ସ୍କୁଲ ଯାଇଥିବା ବେଳେ ସ୍କୁଲ ପରିସର ବାହାରକୁ ବିସ୍କୁଟ ଖାଇବାକୁ ଆସିଥିଲେ । ସେହି ସମୟରେ କେହିଜଣେ ତାଙ୍କ ମୁହଁରେ କପଡା ଘୋଡାଇ ବେହୋସ କରି ଏକ ଟ୍ରକ ଯୋଗେ ନେଇଯାଇଥିଲେ ।

ଆଜି ସେମାନେ କୌଶଳ କ୍ରମେ ଅପହରଣରକାରୀଙ୍କ ନିକଟରୁ ଖସି ନିଜ ଘର ଲୋକଙ୍କୁ ଫୋନରେ ସବୁ ଜଣାଇଥିଲେ ପରେ ଟିଟିଲାଗଡ ରେଳଷ୍ଟେସନରେ ପହଞ୍ଚିବା ପରେ ଉଦ୍ଧାର କରିଥିଲା ପୋଲିସ । ପୃଥ୍ୱୀରାଜଙ୍କ ବାପା ଜଣେ ମାର୍ବଲ ପଥର ଓ ଟ୍ରାନ୍ସପୋର୍ଟ ବ୍ଯବସାୟୀ ବୋଲି ତାଙ୍କ ପୁଅ କହୁଥିବା ବେଳେ ସୋନୁ କୁମାରଙ୍କ ବାପା ଟ୍ରାଭେଲ ଏଜେଣ୍ଟ ଭାବେ କାମ କରନ୍ତି ବୋଲି ସୋନୁ କହିଛନ୍ତି । ଦୁଇ ଛାତ୍ର ଏକ ସାଂଘାତିକ ତଥ୍ଯ ଦେଇଛନ୍ତି ଯେ, ତାଙ୍କ ସହିତ ଆହୁରି ୬ ଜଣଙ୍କୁ ଟ୍ରକରେ କିଡନ୍ଯାପ କରି ନିଆଯାଇଥିଲା । ସେମାନଙ୍କ ଭିତରେ ୪ ଜଣ ଝିଅ ଅଚେତ ଅବସ୍ଥାରେ ଟ୍ରକ ଭିତରେ ଥିଲେ ଓ ୨ ଜଣ କାନ୍ଦୁଥିଲେ ।