ଲକ୍‌ଡାଉନ୍ ସାଜିପାରେ ବାଧକ: ରେଜଲ୍ଟ ପ୍ରକାଶରେ ହୋଇପାରେ ବିଳମ୍ୱ

ଭୁବନେଶ୍ୱର: ପୁଣି ବିଳମ୍ବ ହୋଇପାରେ ଯୁକ୍ତ ଦୁଇ ମୂଲ୍ୟାୟନ । ସଟଡାଉନ ପରେ ଲକଡାଉନ ସାଜିପାରେ ବାଧକ । ସପ୍ତାହ ଶେଷର ସଟଡ଼ାଉନରେ ଯୁକ୍ତ ଦୁଇ ମୂଲ୍ୟାୟନ ବାଧାପ୍ରାପ୍ତ ହେଉଥିଲା । ଏବେ ୪ଟି ଜିଲ୍ଲା ଲକଡାଉନ ଘୋଷଣା ହେବା ପରେ ପୁଣି ଖାତା ଦେଖା ସମସ୍ୟା ମୁଣ୍ଡ ଟେକିଛି । ଜିଲ୍ଲାର ସ୍ଥିତି ଦେଖି ଜିଲ୍ଲପାଳମାନଙ୍କୁ ବିଚାର କରିବା ଦିଗରେ ମତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସଟଡାଉନ ପରେ ୧୪ ଦିନିଆ ଲକଡାଉନ । ଯେଉଁଠି ସପ୍ତାହର ଶେଷ ଦୁଇ ଦିନ ଯୁକ୍ତ ଦୁଇ ମୂଲ୍ୟାୟନକୁ ବିଳମ୍ବ କରାଉଥିଲା, ଏବେ ଏହା ଆହୁରି ଡେରି ହେବାର ଆଶଙ୍କା ଦେଖାଦେଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ୩୫ଟି ପ୍ରମୁଖ ମୂଲ୍ୟାୟନ କେନ୍ଦ୍ର ରହିଛି । କିଛି ଶିକ୍ଷକ ଶିକ୍ଷୟତ୍ରୀ ବାହାର ଜିଲ୍ଲାରୁ ମୂଲ୍ୟାୟନ କେନ୍ଦ୍ରକୁ ଆସୁଛନ୍ତି । ଜିଲ୍ଲା ବାହାରକୁ ଯିବା ଉପରେ କଟକଣା ଲାଗିବା ସହ ଲକଡାଉନ ସମୟରେ ଯାତାୟତ କରିବା କାଠିକର ପାଠ ହୋଇ ପଡ଼ିଛି ।

ତେବେ ଲକଡାଉନ ସମୟରେ ଏହି ୪ ଜିଲ୍ଲାରେ ଖାତା ଦେଖା ହେବ ନା ନାହିଁ, ସେ ନିଷ୍ପତ୍ତି ଜିଲ୍ଲାପାଳମାନଙ୍କ ଉପରେ ଛାଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଠିକଣା ସମୟରେ ମୂଲ୍ୟାୟନ ପାଇଁ ବିକଳ୍ପ ପନ୍ଥା ବାହାର କରିବାକୁ ଶିକ୍ଷକମାନେ ଦାବି କରିଛନ୍ତି । ସେପଟେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସ୍ବାସ୍ଥ୍ୟର ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ବିଜେଡି ନେତା କହିଛନ୍ତି ।

ସିବିଏସଇ ଓ ଆଇସିଏସଇ ଫଳାଫଳ ପ୍ରକାଶ ପାଇସାରିଛି । ନୂତନ ଶ୍ରେଣୀରେ ନାମଲେଖା ପାଇଁ ରାଜ୍ୟ ସରକାରଙ୍କ ଅଧୀନରେଥିବା ସ୍କୁଲ ଗୁଡ଼ିକର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ବାହାରିବାର ଆବଶ୍ୟକତା ରହିଛି ।

Leave a Reply