PLFIର ୨ ହାର୍ଡକୋର ସଦସ୍ୟ ଗିରଫ: ୮ ଦେଶୀ ବନ୍ଧୁକ ଜବତ

ରାଉରକେଲା: ସୁନ୍ଦରଗଡ଼ ପୋଲିସ ଦ୍ୱାରା ଗିରଫ ହେଲେ ପିଏଲଏଫଆଇର ୨ ହାର୍ଡକୋର ସଦସ୍ୟ । ଗିରଫ ଦ୍ୱୟ ହେଲେ ରାଜୁ କିଣ୍ଡୋ ଓ ସନମୁନୁ ସାହୁ । ଉଭୟ ପିଏଲଏଫଆଇ ବାଦସାହ ଗ୍ରୁପର ସଦସ୍ୟ । ସେମାନଙ୍କଠାରୁ କାରବାଇନ, ୮ଟି ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳି ଏବଂ ୪ ଲକ୍ଷ ୮୭ ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ । ଉଭୟଙ୍କ ନାଆଁରେ ରାଇବଗା ଓ ବୀରମିତ୍ରପୁର ଥାନାରେ ୭ ଟି ମାମଲା ରହିଛି । ରାଜୁ କାଦୋବାହାଲ ଗାଁରେ ଲୁଚିଥିବା ଖବର ପାଇ ଗତକାଲି ରାତିରେ ପୋଲିସ ଚଢାଉ କରି ତାକୁ ଗିରଫ କରିଥିଲା । ଚଢାଉ ବେଳେ ରାଜୁ ପୋଲିସ ଉପରକୁ ଗୁଳିମାଡ଼ କରିଥିବା ବେଳେ ପୋଲିସ କୌଶଳ ପୂର୍ବକ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲା । ପରେ ରାଜୁର ସୂଚନା ଆଧାରରେ ସହଯୋଗୀ ସନମୁନକୁ ପୋଲିସ ଗିରଫ କରାଯାଇଥିବା ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply