କାଳ ସାଜିଲା ଜେନେରେଟର ଧୂଆଁ, ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

ଗଜପତି: ବାହାଘର ଭୋଜି ଚାଲିଥିବା ବେଳେ ଅଘଟଣ । ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜଣଙ୍କ ଜୀବନ । ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ବେତାରସିଂ ଗାଁରେ । ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା । ବାପା ମାଧବ ନାୟକ, ଭାଇ ଗଣେଶ ନାୟକ ଓ ଦୁଇଝିଅ ଅମ୍ବିକା ଓ ଝୁମୁରି ନାୟକ ଭୋଜି ଭାତ ଖାଇ ଘରେ ଶୋଇଥିଲେ । ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ଜେନେରେଟରରୁ ବାହାରୁଥିବା ଧୂଆଁରେ ଅଣନିଶ୍ବାସୀ ହୋଇ ଭାଇ ଗଣେଶ ନାୟକ ଓ ଝିଅ ଅମ୍ବିକା ନାୟକଙ୍କ ମୃତ୍ୟୁ ହୋଇଛି । ବାପା ମାଧବ ସୁସ୍ଥ ଥିବା ବେଳେ ଗୁରୁତର ଅନ୍ୟ ଏକ ଝିଅ ଝୁମୁରିଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।