ହଠାତ ନଦୀରେ ମାଡି ଆସିଲା ପାଣି, ଫସି ରହିଲେ ଦୁଇ ପର୍ଯ୍ୟଟକ
ରାୟଗଡ଼ା: ହଠାତ୍ ନଦୀରେ ମାଡି ଆସିଲା ପାଣି । ବୁଲୁଥିବା ପର୍ଯ୍ୟଟକ ନଦୀ ମଝିରେ ଫସି ରହିଗଲେ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସହର ସ୍ଥିତ ନାଗାବଳୀ ନଦୀରେ । ଖୂର ମୁତାବକ, ପର୍ଯ୍ୟଟକ ଦୁଇ ଜଣ ବୁଲୁଥିବାବେଳେ ହଠାତ ନାଗାବଳୀ ନଦୀରେ ଜଳସ୍ତର ବଢିବାକୁ ଲାଗିଥିଲା । ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ଘଟିଥିଲା । ଫଳରେ ଏହି ଦୁଇ ପର୍ଯ୍ୟଟକ ଆଉ କୂଳକୁ ଆସିପାରି ନଥିଲେ । ଫଳରେ ସେମାନେ ଏକ ଟାପୁ ଉପରେ ଫସି ରହିଯାଇଛନ୍ତି ।
ସେପଟେ ଖବର ବିଷୟରେ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିଛନ୍ତି । ଫସି ରହିଥିବା ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ନିମନ୍ତେ ସମସ୍ତ ପ୍ରୟାସଆରମ୍ଭ କରିଛନ୍ତି । ଉଭୟେ ପର୍ଯ୍ୟଟକ କାଶୀପୁର ବ୍ଲକର ହୋଇଥିବାବେଳେ ଉଭୟଙ୍କ ନାମ ହେଉଛି ସୁନାମୀ ନାୟକ ଏବଂ ସୁଧିର ନାୟକ । ଦୁହେଁ ବୁଲିବା ପାଇଁ ଯାଇଥିଲେ । ରାୟଗଡ଼ା ସହରରେ ଥିବା ଝୁଲା ବ୍ରିଜ ତଳେ ବୁଲୁଥିବା ସମୟରେ ନଦୀରେ ହଠାତ ବୃଦ୍ଧି ଘଟିଥିଲା ଜଳସ୍ତର । ଯାହା ଫଳରେ ଏମାନେ ନଦୀ ମଝିରେ ଫସି ରହିଯାଇଛନ୍ତି ।