ଆଜି ଠାରୁ ଯୁକ୍ତଦୁଇ ଅନଲାଇନ୍‌ ଖାତାଦେଖା, ରାଜ୍ୟର ୩୪ ଟି କେନ୍ଦ୍ରରେ ଦୁଇଟି ସିଫ୍ଟରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅନଲାଇନ୍‌ ଖାତାଦେଖା । କରୋନା ସଂକ୍ରମଣ ପାଇଁ ଶିକ୍ଷା ବ୍ୟବସ୍ଥାରେ ବହୁ ବିଳମ୍ବ ହୋଇଛି । ପରୀକ୍ଷ ଏବଂ ଖାତା ଦେଖା ଉପରେ କରୋନାର ବହୁତ ପ୍ରଭାବ ପଡ଼ିଛି । କିନ୍ତୁ ଆଜିଠୁ ରାଜ୍ୟର ୩୪ଟି ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେଉଛି । ଦୁଇଟି ପର୍ଯ୍ୟାୟ ଏବଂ ଦୁଇଟି ସିଫ୍ଟରେ କରାଯିବ ମୂଲ୍ୟାୟନ ।

ପ୍ରଥମ ସିଫ୍ଟ ଖାତାଦେଖା ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ସିଫ୍ଟ ଦିନ ସାଢେ ଗୋଟାଏରୁ ସାଢ଼େ ୬ଟା ପର୍ଯ୍ୟନ୍ତ ଖାତାଦେଖା ଚାଲିବ । କେବଳ ଅନ୍‌ଲାଇନ୍‌ ବିଷୟଗୁଡିକର ଖାତାଦେଖା ହେବ । କରୋନା ସଂକ୍ରମଣ ରୋକିବାକୁ ପରୀକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ମୂଲ୍ୟାୟନ ଆରମ୍ଭ ପୂର୍ବରୁ ଯେଉଁଠି କ୍ୱାରେଣ୍ଟାଇନ୍‌ ସେଣ୍ଟର ରହିଛି, ସେଠାରେ ବିଶୋଧନ କରିବାକୁ ପରିଷଦ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି । ପରବର୍ତ୍ତି ପର୍ଯ୍ୟାୟରେ ଅଫଲାଇନ୍‌ ଖାତାଦେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave a Reply